Below header

ଖରାଦିନେ ରୁପି ସମସ୍ୟା ହେଉଛି କି ? କେଶରେ ଲଗାନ୍ତୁ ଏହି ତେଲ

କେଶ ଲମ୍ବା କରିବା ପାଇଁ କଳାଜିରା ଏବଂ ପିଆଜ ରସ ଉପକାରୀ ବୋଲି ବିବେଚନା କରାଯାଏ । ଏହି ଦୁଇଟି ଜିନିଷରୁ ପ୍ରସ୍ତୁତ ତେଲ କେଶକୁ ମୋଟା ଏବଂ ଲମ୍ବା କରିଥାଏ । କେଶରେ ପିଆଜ ରସ ଲଗାଇଲେ କେଶ କଳା ହୋଇଯାଏ ଏବଂ ଅଧିକ ବଢିବାକୁ ଲାଗିଥାଏ ।

ଯଦି କେଶ ଝଡ଼ିବା ଏବଂ ଫାଟିବା ଯୋଗୁ ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନିୟମିତ ଭାବରେ କେଶରେ ତେଲ ଲଗାଇ ମାଲିସ କରନ୍ତୁ । ଏହା ସହ କେଶକୁ ଲମ୍ବ କରିବାକୁ, ସାଧାରଣ ତେଲ ଲଗାଇବା ପରିବର୍ତ୍ତେ, ଏଥିରେ କିଛି ଜିନିଷ ମିଶାନ୍ତୁ । କେଶ ଲମ୍ବା କରିବା ପାଇଁ କଳାଜିରା ଏବଂ ପିଆଜ ରସ ଉପକାରୀ ବୋଲି ବିବେଚନା କରାଯାଏ । ଏହି ଦୁଇଟି ଜିନିଷରୁ ପ୍ରସ୍ତୁତ ତେଲ କେଶକୁ ମୋଟା ଏବଂ ଲମ୍ବା କରିଥାଏ । କେଶରେ ପିଆଜ ରସ ଲଗାଇଲେ କେଶ କଳା ହୋଇଯାଏ ଏବଂ ଅଧିକ ବଢିବାକୁ ଲାଗିଥାଏ । ସେହି ଭଳି କଳାଜିରା ମଧ୍ୟ କେଶ ପାଇଁ ପ୍ରଭାବଶାଳୀ ହୋଇଥାଏ । କେଶ ମଜବୁତ ହେବାରେ କଳାଜିରା ତେଲ ସାହାଯ୍ୟ କରେ । ତାହେଲେ ଆସନ୍ତୁ ଜାଣିବା ତେଲରେ ଏହି ଦୁଇଟି ଜିନିଷ କିପରି ମିଶ୍ରଣ କରିବା ।

ପିଆଜ ଏବଂ କଳାଜିରା ତେଲ କିପରି ତିଆରି କରିବେ ?
ପିଆଜ ଏବଂ କଳାଜିରା ତେଲ ତିଆରି କରିବା ପାଇଁ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ନିଅନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ନେଇ ଗରମ କରନ୍ତୁ ଏବଂ ତେଲ ଗରମ ହୋଇଗଲେ ଏଥିରେ ୧ ଚାମଚ କଳାଗିରା ମିଶାନ୍ତୁ । ପରେ ତେଲରେ ଛୋଟ ଛୋଟ ଖଣ୍ଡ ପିଆଜ କଟା ପକାନ୍ତୁ ଏବଂ ପିଆଜକୁ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ସହ ଯଦି ଆପଣ ଚାହିଁବେ, ଆପଣ ଏଥିରେ ୧ ଚାମଚ କଳାଜିରା ମଧ୍ୟ ମିଶାଇ ସବୁକିଛି ଭଲ ଭାବେ ଫୁଟାଇ ପାରିବେ । ଏହା ପରେ ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ପ୍ୟାନରେ ଛାଡି ଦିଅନ୍ତୁ । ଯେତେବେଳେ ତେଲ ଥଣ୍ଡା ହୋଇଯିବ, ଏହାକୁ ଏକ ପାତ୍ରରେ ଛାଣନ୍ତୁ ଏବଂ କେଶରେ ତେଲ ଭଲ ଭାବରେ ଲଗାନ୍ତୁ । ଅବଶିଷ୍ଟ ବଞ୍ଚି ଥିବା ତେଲକୁ ଏକ ବୋତଲରେ ରଖନ୍ତୁ ଏବଂ କେଶ ଧୋଇବା ପୂର୍ବରୁ ଏହାକୁ ମାଲିସ୍ କରନ୍ତୁ । ଏହି ତେଲକୁ ସପ୍ତାହରେ ଅତି କମରେ ୨ ରୁ ୩ ଥର କେଶରେ ଭଲ ଭାବରେ ଲଗାନ୍ତୁ । ଏହା ପରେ ଦେଖିବେ କେଶ କିଛି ଦିନ ମଧ୍ୟରେ ଲମ୍ବା ଏବଂ କଳା ହେବାକୁ ଲାଗିବ । ତେବେ ଏହି ତେଲ କେଶର ଲମ୍ବ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ କଳାଜିରା ଏବଂ ପିଆଜ ତେଲର ଉପକାରତା :
ଏହି ତେଲକୁ କେଶରେ ଲଗାଇଲେ ଧଳା କେଶର ସମସ୍ୟା କମିବା ଆରମ୍ଭ କରେ । ତେବେ କଳାଜିରା ଏବଂ ପିଆଜ ରସ କେଶକୁ ମଜବୁତ କରେ ଏବଂ କେଶ ଝଡ଼ିବା ଏବଂ ଫାଟିବା କମିଯାଏ । ଏପରି ଭାବେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଯଦି କେଶରେ କୌଣସି ପ୍ରକାରର ଇନ୍‌ଫେକ୍ସନ୍‌ ଥାଏ, ତେବେ ଏହି ତେଲ ଲଗାଇବା ଇନ୍‌ଫେକ୍ସନ୍‌କୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ରୁପି ସମସ୍ୟା ମଧ୍ୟ କମିଯାଏ । ତେବେ ଯେଉଁ ଲୋକମାନେ ନିଜ କେଶରେ କଲର କିମ୍ବା କୌଣସି ପ୍ରକାରର କେମିକାଲ ବ୍ୟବହାର କରନ୍ତି । ସେମାନଙ୍କ କେଶ ଅଧିକ ପରିମାଣରେ ଝଡିବାକୁ ଆରମ୍ଭ କରିଥାଏ । ସେଥିପାଇଁ ଏହି ତେଲ ଆପଣଙ୍କ ପାଇଁ ଲାଭଦାୟକ ହେବ । ପିଆଜ ଓ କଳାଜିରା ତେଲ ଲଗାଇବା ଦ୍ୱାରା ନୂଆ କେଶ ମଧ୍ୟ ବଢିବାକୁ ଆରମ୍ଭ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.