Below header

ଦୁଇଟି ରୁମରେ କେମିତି ଲଗାଇବେ ଗୋଟିଏ ଏସି, ଆପଣାନ୍ତୁ ଏହି ଉପାୟ

ଲୋକଙ୍କୁ ଏସି କିଣିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ଏହା ପରେ ବି ସେମାନଙ୍କୁ ପ୍ରତିମାସରେ ହଜାର ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ଏସବୁ କରିବା ପରେ ମଧ୍ୟ ଲୋକମାନେ ନିଜ ଘରର କେବଳ ଗୋଟିଏ ରୁମକୁ ହିଁ ଥଣ୍ଡା କରିବାକୁ ସକ୍ଷମ ହୋଇଥାନ୍ତି ।

ଗରମ ଦିନରେ ଲୋକଙ୍କ ସବୁଠାରୁ ବଡ ଆବଶ୍ୟକତା ହେଉଛି ଏୟାର କଣ୍ଡିସନର ବା ଏସି । ଅତ୍ୟଧିକ ସୂର୍ଯ୍ୟ କିରଣ ଏବଂ ଅତ୍ୟଧିକ ଗରମରେ ମଧ୍ୟ ଲୋକଙ୍କ ଘରେ ଏସି ଥଣ୍ଡା ଦେଇଥାଏ । ଏସି ଯୋଗୁଁ ଲୋକମାନେ ଅତ୍ୟଧିକ ଉତ୍ତାପରେ ମଧ୍ୟ ଥଣ୍ଡା ପାଇଥାନ୍ତି, କିନ୍ତୁ ଏଥିପାଇଁ ସେମାନଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡିଥାଏ ।

ଲୋକଙ୍କୁ ଏସି କିଣିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ଏବଂ ଏହା ପରେ ବି ସେମାନଙ୍କୁ ପ୍ରତିମାସରେ ହଜାର ହଜାର ଟଙ୍କାର ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ଏସବୁ କରିବା ପରେ ମଧ୍ୟ ଲୋକମାନେ ନିଜ ଘରର କେବଳ ଗୋଟିଏ ରୁମକୁ ହିଁ ଥଣ୍ଡା କରିବାକୁ ସକ୍ଷମ ହୋଇଥାନ୍ତି । କାରଣ ବିଦ୍ୟୁତ୍‌ ବିଲ ଏତେ ଅଧିକ ଆସେ ଯେ ଲୋକମାନେ ଘରେ ଗୋଟିଏ କି ଦୁଇଟି ଏସି ଲଗାଇ ପାରନ୍ତି ।

ଏଭଳି ପରିସ୍ଥିତିରେ ଯଦି ଗ୍ରାହକଙ୍କ ଘରେ ୪ ଟି ରୁମ ଥାଏ, ତେବେ ତାଙ୍କୁ ୪ ଟି ଏସି କିଣିବାକୁ ପଡିବ ଏବଂ ପରେ ତାଙ୍କୁ ପ୍ରତି ଚାରିଟି ଏସିର ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ପ୍ରବଳ ଗରମରୁ ମୁକ୍ତି ପାଇବା ପାଇଁ ଏତେ ଅଧିକ ଏସିର ବିଲ୍‌ ଲୋକଙ୍କ ବଜେଟକୁ ବଢ଼ାଇବ । ଏପରି ପରିସ୍ଥିତିରେ ଲୋକମାନେ କଣ କରିବା ଉଚିତ୍ ହେବ ? ସମସ୍ତେ କମ୍ ମୂଲ୍ୟରେ ଗରମରୁ କିପରି ମୁକ୍ତି ପାଇବେ ଭାବିଥାନ୍ତି । ତେବେ ଆମେ ଆପଣଙ୍କ ପାଇଁ ଏକ ବଢ଼ିଆ ଉପାୟ ଆଣିଛୁ । ଏହି ଉପାୟକୁ ଆପଣାଇଲେ ଆଣ କମ୍‌ ବିଦ୍ୟୁତ ବିଲ୍‌ ରେ ଘରେ ଏସିର ମଜା ଉଠାଇ ପାରିବେ ।

ଆପଣ ଗରମରୁ ବଞ୍ଚିବା ପାଇଁ Split AC ବ୍ୟବହାର କରିପାରିବେ । ଆପଣଙ୍କ ଘରେ ଏକ Split AC ଦ୍ୱାରା ଆପଣ ଏକାସାଙ୍ଗରେ ଦୁଇଟି ରୁମ୍‌ କୁ ଥଣ୍ଡା କରିପାରିବେ । ଏହା ଦ୍ୱାରା ବିଦ୍ୟୁତ୍ ବିଲ୍ ମଧ୍ୟ କମ୍‌ ଆସିବ ।

Split AC ଆକାରରେ ଲମ୍ବା ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ଏହି AC କୁ ଦୁଇଟି ରୁମରେ ଲଗାଇ ପାରିବେ । ଯେଉଁ ରୁମର କାନ୍ଥଗୁଡ଼ିକ ପରସ୍ପର ସହ ଲାଗି ହୋଇ ରହିଥିବ ସେହି ରୁମ ଗୁଡ଼ିକରେ ଆପଣ ଏହି ଏସିକୁ ଲଗାଇ ପାରିବେ । ଆପଣ ଗୋଟିଏ ରୁମରେ ଅଧା ଏସି ଏବଂ ଅନ୍ୟ ଗୋଟିଏ ରୁମରେ ଅଧା ଏସି ଫିଟ୍ କରିପାରିବେ । ଏପରି ଭାବେ ଆପଣ ଗୋଟିଏ ଏସିକୁ ଦୁଇଟି ରୁମରେ ଲଗାଇ ପାରିବେ । ଏହା ଦ୍ୱାରା ଆପଣଙ୍କୁ ଦୁଇଟି ଅଲଗା ଏସି କିଣିବାକୁ ପଡିବ ନାହିଁ ଏବଂ ଆପଣଙ୍କର ବିଦ୍ୟୁତ୍ ବିଲ୍ ମଧ୍ୟ ଅଧାରୁ କମ୍‌ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.