Below header

ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା, ୮ ଗୁରୁତର

ପୁରୀ ସାତପଡ଼ା ରାସ୍ତାର ବାଲିସାହି ଛକ ନିକଟରେ ଏକ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା । ଫଳରେ ୫ଜଣ ମହିଳା ଜଣେ ଶିଶୁ ସହତ ୮ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ୧୦୮ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ବ୍ରହ୍ମଗିରି (କେନ୍ୟୁଜ): ପୁରୀ ସାତପଡ଼ା ରାସ୍ତାର ବାଲିସାହି ଛକ ନିକଟରେ ଏକ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା । ଫଳରେ ୫ଜଣ ମହିଳା ଜଣେ ଶିଶୁ ସହତ ୮ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ୧୦୮ ଯୋଗେ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ।

ସୂଚନା ଅନୁସାରେ ଆଜି ସକାଳୁ କୃଷ୍ଣପ୍ରସାଦ ଚିଲିକା ନୂଆପଡ଼ା ଗାଁର ରଞ୍ଜନ ବେହେରା ନିଜ ପୁଅର ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ସପରିବାର ଏକ ଅଟୋରେ ପୁରୀ ଆସୁଥିଲେ । ଏହି ସମୟରେ ବାଲିସାହି ଛକ ନିକଟରେ ଅଟୋ ଓ ବାଇକ୍ ମୁହାମୁହିଁ ଧକ୍କା ହୋଇଥିଲା । ଫଳରେ ୫ଜଣ ମହିଳା ଜଣେ ଶିଶୁ ସହତ ୮ ଗୁରୁତର ହୋଇଥିଲେ । ବାଇକ୍ ଚାଳକ ଜଣକ ରେଢ଼ାଗଡ ବାଲି ନୂଆଗାଁର ବୋଲି ଜଣାପଡିଛି । ବାଇକ୍ ଚାଳକ ଜଣକ ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।

ସେହିପରି ଆଜି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ଉପରେ ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।
ଏକ ବାଇକରେ ଦୁଇ ଜଣ ଯୁବକ କଟକରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.