Below header

ଆଜି ଲଞ୍ଚ ହେବ ମହିନ୍ଦ୍ରା XUV 3XO, ଜାଣନ୍ତୁ କଣ ରହିଛି ଫିଚର୍ସ

ଲଞ୍ଚ ପୂର୍ବରୁ କମ୍ପାନୀ ଅନେକ ଟିଜର ଜାରି କରିଛି ଯେଉଁଥିରେ ଫିଚର ଏବଂ ଫ୍ୟୁଏଲ୍‌ ଏଫିସିଏନ୍ସି ବିଷୟରେ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଆଗାମୀ XUV 3XO ର ନୂଆ ଭାରିଆଣ୍ଟର ନାଁ ମଧ୍ୟ ପ୍ରକାଶ ପାଇଛି ।

Mahindra & Mahindra ଏହାର XUV 3XO ଆଜି ଭାରତୀୟ ବଜାରରେ ଲଞ୍ଚ କରିବ ଏବଂ ଏହାର ଦାମ୍‌ ମଧ୍ୟ ପ୍ରକାଶ କରିବ। ଲଞ୍ଚ ପୂର୍ବରୁ କମ୍ପାନୀ ଅନେକ ଟିଜର ଜାରି କରିଛି ଯେଉଁଥିରେ ଫିଚର ଏବଂ ଫ୍ୟୁଏଲ୍‌ ଏଫିସିଏନ୍ସି ବିଷୟରେ ସୂଚନା ଦିଆଯାଇଛି । ଏହା ବ୍ୟତୀତ ଆଗାମୀ XUV 3XO ର ନୂଆ ଭାରିଆଣ୍ଟର ନାଁ ମଧ୍ୟ ପ୍ରକାଶ ପାଇଛି ।

ମହିନ୍ଦ୍ରା XUV 3XOକୁ ଲଗଜରୀ ପ୍ୟାକ୍ ଏବଂ ପ୍ରୋ ଭର୍ସନ ସହିତ MX, AX, AX3, AX5 ଏବଂ AX7 ଟ୍ରିମ୍ ଲେଭଲରେ ଲଞ୍ଚ କରାଯିବ । ଫିଚର ବିଷୟରେ କହିବାକୁ ଗଲେ, ଓ୍ଵାାୟରଲେସ୍‌ ସ୍ମାର୍ଟଫୋନ୍ କନେକ୍ଟିଭିଟି, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର, ନୂଆ ଷ୍ଟିଅରିଂ ହ୍ୱିଲ୍, ଅପଡେଟେଡ୍‌ ସେଣ୍ଟର୍ କନସୋଲ୍, ଓ୍ଵାୟରଲେସ୍‌ ଚାର୍ଜର ଏବଂ ଅଟୋମେଟିକ୍‌ କ୍ଲାଇମେଟ୍‌ କଣ୍ଟ୍ରୋଲ ସହିତ ଏସୟୁଭିରେ ଏକ ବଡ଼ ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ରହିବ । ଏହା ବ୍ୟତୀତ ଆପଣ ଏହି କାରରେ ୩୬୦-ଡ଼ିଗ୍ରୀର ସରାଉଣ୍ଡ କ୍ୟାମେରା, ହରମନ କାର୍ଡନ୍-ସୋର୍ସ ମ୍ୟୁଜିକ୍ ସିଷ୍ଟମ୍, ପ୍ୟାନୋରମିକ୍ ସନରୁଫ୍, ଫ୍ରଣ୍ଟ ଏବଂ ରିୟରିଂ ପାର୍କିଂ ସେନ୍ସର ଏବଂ ADAS ସୁଟ୍ ଭଳି ଫିଚର ମଧ୍ୟ ପାଇବେ ।

ସ୍ପିଡ୍‌ ଏବଂ ମାଇଲେଜ୍
ମେକାନିକାଲ୍‌ ଲେଭଲରେ ମହିନ୍ଦ୍ରା XUV 3XO ଏହାର ପୂର୍ବ ମଡେଲ୍ XUV300 ପରି ସମାନ ପାୱାର୍ ଟ୍ରେନ୍ ଅପ୍ସନ ସହିତ ଆସିବ । ବର୍ତ୍ତମାନ କମ୍ପାନୀ ଏକ ଟିଜରରେ ଫ୍ୟୁଏଲ୍‌ ଏଫିସିଏନ୍ସି ଏବଂ ପରଫରମାନ୍ସ ଆକଳନ କରିଛି । ଦାବି କରାଯାଇଛି ଯେ ଏହି ଏସୟୁଭି ୪.୫ ସେକେଣ୍ଡରେ ୦ରୁ ୬୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ୨୦.୧ କିଲୋମିଟରର ARAI- ସାର୍ଟିଫିକେଟ୍ ମାଇଲେଜ୍ ଦେବାରେ ସକ୍ଷମ ହେବ ।

ଏହି ଅପକମିଂ ଏସୟୁଭି ଟାଟା ନେକ୍ସନ୍, ହୁଣ୍ଡାଇ ଭେନ୍ୟୁ ଏବଂ କିଆ ସୋନେଟ୍ ଭଳି କାରକୁ ଟକ୍କର ଦେବ । ଏହି ତିନୋଟି ଏସୟୁଭି ଉଭୟ ପେଟ୍ରୋଲ ଏବଂ ଡିଜେଲ ଇଞ୍ଜିନ ଅପ୍ସନରେ ମିଳୁଛି । କିନ୍ତୁ ଟାଟା ନେକ୍ସନରେ ଇଲେକ୍ଟ୍ରିକ୍ ପାୱାର୍ ଟ୍ରେନ୍ ର ଅପ୍ସନ ମଧ୍ୟ ଉପଲବ୍ଧ । ତେବେ ଏହି ମହିନ୍ଦ୍ରା XUV 3XO କାର ପ୍ରେମୀମାନଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.