Below header

ଓଭର ବ୍ରିଜ ଉପରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ମୃତ୍ୟୁ

ବଡ଼ଚଣା ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ । ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ । ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ଉପରେ ।

ଯାଜପୁର (କେନ୍ୟୁଜ): ବଡ଼ଚଣା ଛକ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ ।  ଅଜଣା ଗାଡି ଧକ୍କାରେ ୨ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ।  ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବଡ଼ଚଣା ଓଭର ବ୍ରିଜ ଉପରେ । ଏକ ବାଇକରେ ଦୁଇ ଜଣ ଯୁବକ କଟକରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ହିଁ ଦୁଇଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଛି ।  ଖବର ପାଇ ବଡ଼ଚଣା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ଚଣା ମେଡ଼ିକାଲ ପଠାଇ ଘଟଣାର ତଦନ୍ତ ଚଳାଇଛି ।  ଏପଟେ ମୃତ ଯୁବକ ଦ୍ୱୟଙ୍କର ପରିଚୟ ମିଳି ପାରିନାହିଁ ।

ସେହିପରି ଆଜି ଆଜି ଖଲ୍ଲିକୋଟ ୧୬ ନଂ ଜାତୀୟ ରାଜପଥ ବଡ଼ ଘାଟି ହରିଡାମୂଳରେ ୨୦୦ ଫୁଟ ତଳକୁ ଓଲଟିଲା ପେପର ବୋଝେଇ ଟ୍ରକ୍ ।  ଏହି ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଲେ ଡ୍ରାଇଭର ଓ ହେଲପର ।  ଟ୍ରକଟି ତେଲେଙ୍ଗାନାରୁ ପେପର ଧରି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଘାଟିରୁ ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.