Below header

ପଦ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ଭରିଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା

ପଦ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ନାମଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ତଥା ରିଟଣ୍ଣିଂ ଅଫିସରଙ୍କ ଠାରେ ନୋମିନେସନ କରିଛନ୍ତି ବର୍ଷା ।

ପଦ୍ମପୁର(କେନ୍ୟୁଜ୍‌): ପଦ୍ମପୁର ବିଧାନସଭା ଆସନରୁ ପ୍ରାର୍ଥୀପତ୍ର ନାମଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ତଥା ରିଟଣ୍ଣିଂ ଅଫିସରଙ୍କ ଠାରେ ନୋମିନେସନ କରିଛନ୍ତି ବର୍ଷା । ଆଜି ସକାଳେ ବର୍ଷା ସିଂ ବରିହା, ଭାଇ ଓ ସ୍ବାମୀଙ୍କ ସହ ବାପା ବିଜୟ ରଞ୍ଜନ ସିଂ ବରିହାଙ୍କ ସମାଧି ପୀଠରେ ପହଞ୍ଚି ପୁଷ୍ପମାଲ୍ୟ ଦେବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ । ପରେ ୧୨ହଜାରରୁ ଅଧିକ ସମର୍ଥକଙ୍କ ସହ ନାମଙ୍କନ ଦାଖଲ କଲେ। ଏହି ଅବସରରେ ବରଗଡ଼ ଲୋକସଭାର ବିଜେଡି ପ୍ରାର୍ଥୀନୀ ପରିନିତା ମିଶ୍ର ଓ ବିଜେଡି ଜିଲ୍ଳା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ବିଜେଡ଼ି ନେତା ଶୁଶାନ୍ତ ମିଶ୍ରଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.