Below header

ଭୂପିନ୍ଦର ସିଂହଙ୍କୁ ମୁଖ୍ୟ ନିର୍ବାଚନ ସଂଯୋଜକ ଦାୟିତ୍ୱ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କଣ୍ଟାବାଞ୍ଜି (କେନ୍ୟୁଜ୍‌): କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ଭାବେ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂହଙ୍କୁ ଦାୟିତ୍ଵ ଦିଆଯାଇଛି । ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ଲଢୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୂପିନ୍ଦର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବା ସହ ଖୁବ୍ ଶୀଘ୍ର ସେଠାକୁ ଯାଇ ନିର୍ବାଚନ ଦାୟିତ୍ଵ ତୁଲାଇବେ ବୋଲି କହିଛନ୍ତି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦ୍ଵାରା କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଲୋକସଭା କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ବିକାଶମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିପୁଳ ସଂଖ୍ୟାରେ ବିଜୟ ସହ ନବୀନ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.