Below header

ପୁଣି ଓଡ଼ିଶା ଆସିବେ ରାହୁଲ, ରାୟଗଡ଼ା ଜନସଭାରେ ଦେବେ ଯୋଗ

ପୁଣି ଓଡ଼ିଶା ଆସିବେ ରାହୁଲ । ମେ ୩ତାରିଖରେ ଓଡିଶା ଗସ୍ତରେ ଆସିବେ । ରାୟଗଡ଼ାରେ ଏକ ଜନସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଆସିବେ ।

ରାୟଗଡ଼ା (କେନ୍ୟୁଜ୍‌): ପୁଣି ଓଡ଼ିଶା ଆସିବେ ରାହୁଲ । ମେ ୩ ତାରିଖରେ ଓଡିଶା ଗସ୍ତରେ ଆସିବେ । ରାୟଗଡ଼ାରେ ଏକ ଜନସଭାରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଥିବା କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ରାହୁଲଙ୍କ ସହ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଆସିବେ । ସେହିପରି ନବରଙ୍ଗପୁର ଆସିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ମେ ୫ କିମ୍ବା ୯ତାରିଖରେ ନବରଙ୍ଗପୁରରେ ଏକ ଜନସଭାରେ ପ୍ରିୟଙ୍କା ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ରାହୁଲ ଓ ପ୍ରିୟଙ୍କାଙ୍କ ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ଯ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଓ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.