ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ

ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ । ମୁକ୍ତ, ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ ଆଉ ୧୦ କଂପାନୀ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି ।

ଭୁବନେଶ୍ୱର : ରାଜ୍ୟରେ ନିର୍ବାଚନ ପାଇଁ ଅତିରିକ୍ତ ୧୦ କଂପାନୀ ସଶସ୍ତ୍ର ପୋଲିସ ମୁତୟନ । ମୁକ୍ତ, ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ ଆଉ ୧୦ କଂପାନୀ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଛି । ଗଜପତି,ଗଂଜାମ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ସୋନପୁର, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଫୋର୍ସ ମୁତୟନ ରହିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଡିଜି ସଂଜୟ କୁମାର, ଷ୍ଟେଟ ଫୋର୍ସ କୋଅର୍ଡିନେଟର ତଥା ସିଆରପିଏଫ ଆଇଜି ଅର୍ଚ୍ଚନା ଶିବହରେଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ତୃତୀୟ ପର୍ଯ୍ୟାୟରେ ଫୋର୍ସ ମୁତୟନ ନେଇ ଚୂଡ଼ାନ୍ତ ହୋଇଥିଲା । ପୂର୍ବରୁ ନିର୍ବାଚନ ପରିଚାଳନା ପାଇଁ ମୁତୟନ ଥିବା ସଶସ୍ତ୍ର ବାହିନୀ ଓ ପୋଲିସ ବଳ ମିଶି ଏହି ଦଶ କଂପାନୀ ଫୋର୍ସ କାର୍ଯ୍ୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.