Below header

ନିର୍ବାଚନ ପୂର୍ବରୁ କଡ଼ା ଚେକିଂ, ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଯାଞ୍ଚ କରୁଛନ୍ତି ପୋଲିସ

ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କାର୍ଡ । ନିର୍ବାଚନ ପାଖେଇ ଆସୁଥିବାବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ ।

ଉମରକୋଟ (କେନ୍ୟୁଜ): ନିର୍ବାଚନ ପୂର୍ବରୁ କଡ଼ା ଚେକିଂ । ଉମରକୋଟ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ରାତିରେ ଯାଞ୍ଚ କରୁଛନ୍ତି ପୋଲିସର ଫ୍ଲାଇଂ ସ୍କାର୍ଡ । ନିର୍ବାଚନ ପାଖେଇ ଆସୁଥିବାବେଳେ ନବରଙ୍ଗପୁରରେ ଚେକିଂ ଓ ବ୍ଲକିଂକୁ ଜୋରଦାର କରିଛି ପୋଲିସ । ମେ ୧୩ ତାରିଖରେ ଓଡ଼ିଶାରେ ହେବ ପ୍ରଥମ ପର୍ୟ୍ୟାୟ ନିର୍ବାଚନ । ନବରଙ୍ଗପୁର ସଂସଦୀୟ କ୍ଷେତ୍ର ପାଇଁ ପଡ଼ିବ ଭୋଟ । ତେଣୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ନିର୍ବାଚନ ପୂର୍ବରୁ ବିଭିନ୍ନ ସମୟରେ ଟଙ୍କା କାରବାର ଚିତ୍ର ସାମ୍ନାକୁ ଆସିଥାଏ । ତେଣୁ ବିଳମ୍ବିତ ରାତିରେ ଚାଲିଛି ପୋଲିସ ଚେକିଂ । ସମସ୍ତ ଗାଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି ପୋଲିସ କର୍ମଚାରୀ । ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ନିର୍ବାଚନ ଅଧିକାରୀଙ୍କ ତତ୍ତ୍ବାବଧାନରେ ଗାଡ଼ି ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.