ଆସନ୍ତା ୨୮ ରେ ନିଶ୍ଚିନ୍ତକୋଇଲି ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ୨୮ ତାରିଖ ରବିବାର ଦିନ ରାହୁଲ ଗାନ୍ଧୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ।

ସାଲେପୁର : ଆସନ୍ତା ୨୮ ତାରିଖ ରବିବାର ଦିନ ରାହୁଲ ଗାନ୍ଧୀ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଳିଆ ଆରଏମସି ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ। ଏହି ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର , ଜଗତସିଂପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ। ରାହୁଲ ଉପକୂଳ ଭୋଟର ଓ କର୍ମୀମାନଙ୍କୁ ଏହି ସଭାରେ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି l

ଏହି ପରିପ୍ରେକ୍ଷୀରେ କଂଗ୍ରେସର ଏକ ରାଜ୍ୟସ୍ତରୀୟ କଂଗ୍ରେସ ପ୍ରଚାର କମିଟି ଅଧକ୍ଷ ଭକ୍ତ ଚରଣ ଦାସ,କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, କେନ୍ଦାପଡା ସାଂସଦ ପାର୍ଥି ସିଦ୍ଧାର୍ଥ ସ୍ୱରୂପ ଦାସ,ମାହାଙ୍ଗା ବିଧାୟକ ପାର୍ଥି ଦେବେନ୍ଦ୍ର ସାହୁ ଏବଂ ସାଲେପୁର ବିଧାୟକ ପାର୍ଥି ୟାକିବ ଖାନ ପ୍ରମୁଖ ପଡିଆ ପର୍ଯ୍ୟବେକ୍ଷଣ କରିଥିଲେ ।

ରାହୁଲଙ୍କ ଆଗମନକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ହେବା ସହ ଯେହେତୁ ଏହି ସଭାଟି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଯାଉଛି, ତେଣୁ ମାହାଙ୍ଗା ଓ ସାଲେପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପାଇଁ ଏହା ବହୁ ଫଳପ୍ରଦ ହେବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧିରୀ କହୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.