Below header

ଭୁଶୁଡ଼ିଲା ପୁରୀ ରେଳଷ୍ଟେସନରେ ନିର୍ମାଣାଧୀନ ଛାତ, ୪ ଶ୍ରମିକ ଉଦ୍ଧାର

ପୁରୀ ରେଳଷ୍ଟେସନ୍ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ୪ ଶ୍ରମିକ ଉଦ୍ଧାର । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି ।

ପୁରୀ(କେନ୍ୟୁଜ): ପୁରୀ ରେଳଷ୍ଟେସନ୍ ରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ । ୪ ଶ୍ରମିକ ଉଦ୍ଧାର । ସେମାନଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି । ପୁରୀ ରେଳ ଷ୍ଟେସନର ନୂତନ କୋଠାର ଢଳେଇ କାର୍ଯ୍ୟ ଚାଲିଥିବା ବେଳେ ପୋର୍ଟିକୋ ହଠାତ ଛାତ ଭୁଶୁଡି ପଡ଼ିଥିଲା । ଏହି ସମୟରେ ଛଅ ଜଣ ଶ୍ରମିକ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି ।

ସେମାନଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି । କିଛି ଶ୍ରମିକ ଙ୍କ ହାତ, ଛାତି ଏବଂ ମୁଣ୍ଡ ରେ ଆଘାତ ଲାଗିଛି l ସମସ୍ତେ ବିପଦ ମୁକ୍ତ ଅଛନ୍ତି । ରେଳବାଇ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.