ଉପ ଡାକଘରେ ଉପଭୋକ୍ତାଙ୍କୁ ମିଳୁନି ଡାକ ସେବା

ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ ସେବା । ଏହାକୁ ଡାକଘର ବୋଲି କୁହାଯାଏ । ଏହି ଡାକ ସେବା ନିଜର ସେବା କେବଳ ସହରରେ ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ୟ ସେବା ଯୋଗାଏ । ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି, ଏହା କାର୍ଯ୍ୟାଳୟ ସେବା, ବ୍ୟାଙ୍କ ସେବା ଏବଂ ଅତ୍ୟଧିକ ସେବା ମଧ୍ୟ ପ୍ରଦାନ କରେ ।

ବୌଦ୍ଧ(କେନ୍ୟୁଜ୍‌): ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ ସେବା । ଏହାକୁ ଡାକଘର ବୋଲି କୁହାଯାଏ । ଏହି ଡାକ ସେବା ନିଜର ସେବା କେବଳ ସହରରେ ନୁହେଁ ବରଂ ଦୂରବର୍ତ୍ତୀ ଜାଗାରେ ମଧ୍ୟ ସେବା ଯୋଗାଏ । ଭାରତୀୟ ଡାକ ସେବା କେବଳ ଚିଠି ଆଦାନ ପ୍ରଦାନ କରେନି, ଏହା କାର୍ଯ୍ୟାଳୟ ସେବା, ବ୍ୟାଙ୍କ ସେବା ଏବଂ ଅତ୍ୟଧିକ ସେବା ମଧ୍ୟ ପ୍ରଦାନ କରେ ।

ପୂର୍ବରୁ ଆମେ ନିଜ ଲୋକଙ୍କ ପାଖରେ କୌଣସି ଖବର ପହଞ୍ଚାଇବାର ଥିଲେ ଏହି ଡାକସେବା ମାଧ୍ୟମରେ ହି ଖବର ପହଞ୍ଚାଇଥାଉ । ସେହି ଖବର ପାଇ ଆମ ନିଜ ଲୋକ ଆମ ପାଖକୁ ଆସିଥାନ୍ତି । କିନ୍ତୁ ଏ ଆଧୁନିକ ସମାଜରେ ମୋବାଇଲ୍‌ ପ୍ରଚଳନ ପରେ ଡାକସେବାର ବ୍ୟବହାର ଖୁବ୍‌ କମ୍‌ କରାଯାଉଛି । କିନ୍ତୁ ତଥାପି ଆଜି ପର୍ଯ୍ୟନ୍ତ ଏହି ଡାକ ସେବା ଲୋକଙ୍କୁ ସେବା ପ୍ରଦାନ କରିଆସୁଛି । ହେଲେ ଏହା କିଛି ସ୍‌ଥାନରେ ଅଧିକ କାର୍ଯ୍ୟକାରୀ ହେଉଥିବା ବେଳେ କିଛି ସ୍‌ଥାନରେ କୌଣସି ଅସୁବିଧା ଏହା ଅଚଳ ପଡ଼ିରହିଛି । ବର୍ତ୍ତମାନ ଏହି ଡାକସେବାକୁ ନେଇ ଆସିଛି ଅଭିଯୋଗ । ଉପଭୋକ୍ତାଙ୍କୁ ମିଳୁନି ଡାକ ସେବା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚରିଛକ ଠାରେ ଥିବା ଝାରରାଜୀଙ୍ଗ ଉପ ଡାକଘରେ ଉପଭୋକ୍ତାଙ୍କୁ ମିଳୁନି ଡାକ ସେବା । ଏନେଇ ଉପଭୋକ୍ତା ଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି ।

ବ୍ଲକ ର ଏହା ପ୍ରମୁଖ ଡାକ କାର୍ଯ୍ୟାଳୟ ହୋଇଥିବାରୁ ଏଠାକୁ ନିୟମିତ ବହୁ ସଂଖ୍ୟାରେ ପୋଷ୍ଟାଲ ସେବା, ଏପରିକି ଟଙ୍କା ନେଣ ଦେଣ କରିବା ପାଇଁ ନିର୍ଭର କରିଥାନ୍ତି । ହେଲେ ଆ ଜକୁ ୧୫ ଦିନ ହେବ କାର୍ଯ୍ୟାଳୟରେ ଇଣ୍ଟରନେଟ ଫେଲ ଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇଛି । ଫଳରେ ଲୋକେ ଡାକ କାର୍ଯ୍ୟାଳୟକୁ ପ୍ରତିଦିନ ଆସି ନିରାଶ ହୋଇ ଫେରୁ ଛନ୍ତି । ଇଣ୍ଟରନେଟ ଫେଲ୍ ଥିବା ନେଇ ପୋଷ୍ଟ ମାଷ୍ଟର ବିଏସ୍ ଏନ୍ ଏଲ୍ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ସୁଦ୍ଧା ସେମାନେ ଆଜି କାଲି କହି ଭୁଆଁ ବୁଲାଇ ଚାଲିଛନ୍ତି । ଏପଟେ ଡାକ କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିବା ଉପଭୋକ୍ତା ମାନଙ୍କ ରାଗର ଶିକାର ହେଉଥିବା କହିଛନ୍ତି ପୋଷ୍ଟ ମାଷ୍ଟର । ଅନ୍ୟପଟେ ତୁରନ୍ତ ଇଣ୍ଟରନେଟ ସେବା ଯୋଗାଇ ଦିଆ ନଗଲେ ଆନ୍ଦୋଳନ କରାଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଗ୍ରାହକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.