ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ଗାଁ ପୋଖରୀ ରେ ଗାଧୋଇବା ବେଳେ ୨ ନାବଳିକା ମୃତ। ପୁରୀଜିଲ୍ଲା ଗୋପ ଥାନା ଅଧିନସ୍ଥ ଡଭାର ପଞ୍ଚାୟତର ଡଭାର ଗାଁର ୨ ନାବାଳିକା ଗାଁ ପୋଖରୀରେ ଗାଧୋଇବା ସମୟରେ କୌଣସି କାରଣରୁ ପାଣିର ଗଭିରତା ମଧ୍ୟକୁ ଖସି ଯାଇଥିଲେ । ଅନେକ ସମୟ ଧରି ପାଣି ବୁଡ଼ି ଭାସିବା ବେଳେ ଗାଁ ଲୋକ ଦେଖି ଗୋପ ଥାନା କୁ ସୂଚନା ଦେଇଥିଲେ।

ଗୋପ(କେନ୍ୟୁଜ୍‌) : ଗାଁ ପୋଖରୀ ରେ ଗାଧୋଇବା ବେଳେ ୨ ନାବଳିକା ମୃତ। ପୁରୀଜିଲ୍ଲା ଗୋପ ଥାନା ଅଧିନସ୍ଥ ଡଭାର ପଞ୍ଚାୟତର ଡଭାର ଗାଁର ୨ ନାବାଳିକା ଗାଁ ପୋଖରୀରେ ଗାଧୋଇବା ସମୟରେ କୌଣସି କାରଣରୁ ପାଣିର ଗଭିରତା ମଧ୍ୟକୁ ଖସି ଯାଇଥିଲେ । ଅନେକ ସମୟ ଧରି ପାଣି ବୁଡ଼ି ଭାସିବା ବେଳେ ଗାଁ ଲୋକ ଦେଖି ଗୋପ ଥାନା କୁ ସୂଚନା ଦେଇଥିଲେ।

ସୁଚନା ମୁତାବିକ୍‌, ଡଭାର ଗାଁରେ ଥିବା ବଡ଼ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଦୁଇ ଭଉଣି। ସେଠାରେ ଗଧୋଇଲା ବେଳେ ପାଣିରେ ବୁଡ଼ି ଯାଇଥିଲେ। ବିଳମ୍ବିତ ସମୟ ଯାଏଁ ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଓ ଗାଁ ଲୋକେ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଅଚେତ ଅବସ୍ତାରେ ଗାଁ ଲୋକେ ପୋଖରୀରୁ ଉଦ୍ଧାର କରିଥିଲେ। ପରିବାରୁ ଲୋକ ସଙ୍ଗେସଙ୍ଗେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.