Below header

ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ ତାତି, ୪୬ ଟପିଲା ବାଲେଶ୍ବର

ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ତାତିରୁ ମିଳୁନି ତ୍ରାହି । ୪୬ ଟପିଲା ପାରଦ । ବାଲେଶ୍ବରରେ ସର୍ବୋଚ୍ଚ ୪୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ତାପମାତ୍ରା ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି । ତାତିରୁ ମିଳୁନି ତ୍ରାହି । ୪୬ ଟପିଲାପାରଦ । ବାଲେଶ୍ବରରେ ସର୍ବୋଚ୍ଚ ୪୬.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଛି ତାପମାତ୍ରା । ରାଜଧାନୀରେ ଚଳିତବର୍ଷ ପ୍ରଥମ ଥର ପାଇଁ ରେକର୍ଡ ତାତି । ଭୁବନେଶ୍ବରରେ ୪୫.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଟାଇଁ ଟାଇଁ ଖରାରେ ସିଝୁଛି ରାଜ୍ୟ । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୩ ସହରକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭୁବନେଶ୍ବର ଓ କଟକକୁ ରେଡ୍ ଆଲର୍ଟ ଜାରି କରାଯାଇଛି।

ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ ଓ ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢ଼ିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।  ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୩ ସହରକୁ ରେଡ୍ ଆଲର୍ଟ ଜାରି କରଯାଇଛି ।  ଆହୁରି ୨ ଦିନ ଅସହ୍ୟ ହେବ ଗରମ ।  ଏଭଳି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଖରା ତାତିରେ ଦେହ ହାତ ପୋଡ଼ି ହେଲା ଭଳି ଲାଗୁଛି ।  ରାଜ୍ୟରେ ଏବେ ପ୍ରତିଦିନ ଅଧିକାଂଶ ସ୍ଥାନରେ ପାରଦ ୪୦ ଉପରେ ରହୁଛି ।  ଆଜି ଉଭୟ କଟକ, ଭୁବନେଶ୍ବର ଓ ବାଲେଶ୍ବର ସହର ପାଇଁ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 

heat wave

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.