Below header

Blackview ଆଣିଲା ନୂଆ ଫୋଲଡେବଲ୍‌ ଫୋନ, ଦାମ ବି ରହିଛି କମ୍‌

ବଜାରରେ ବିଭିନ୍ନ ପ୍ରକାରର ଦାମୀ ଫୋଲଡେବଲ୍ ଫୋନ୍ ଅଛି କିନ୍ତୁ Blackview ଏହି ଫୋନର ଦାମ୍‌ ବହୁତ କମ ରଖିଛି । ଏହି ଫୋନରେ ଦମଦାର ଫିଚର ବଦଳରେ ସାଧାରଣ ସ୍ପେସିଫିକେସନ ଯୋଡ଼ିଛି ।

Blackview କମ୍ପାନୀ ଏହାର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ୍ ସାମ୍ନାକୁ ଆଣିଛି, ଯାହାକୁ Blackview Hero 10 କୁହାଯାଉଛି । ବଜାରରେ ବିଭିନ୍ନ ପ୍ରକାରର ଦାମୀ ଫୋଲଡେବଲ୍ ଫୋନ୍ ଅଛି କିନ୍ତୁ Blackview ଏହି ଫୋନର ଦାମ୍‌ ବହୁତ କମ ରଖିଛି । ଏହି ଫୋନରେ ଦମଦାର ଫିଚର ବଦଳରେ ସାଧାରଣ ସ୍ପେସିଫିକେସନ ଯୋଡ଼ିଛି । Blackview ଖୁବ ଶୀଘ୍ର ମେ ମାସରେ ଏହାର ନୂଆ ଫୋଲଡେବଲ୍ ଫୋନ୍ ଲଞ୍ଚ କରିବାକୁ ଯାଉଛି ।

ରିପୋର୍ଟ ଅନୁଯାୟୀ Blackview Hero 10ରେ ୬.୯ଇଞ୍ଚର ୧୦୮୦ x ୨୫୬୦ ପିକ୍ସେଲ ସ୍କ୍ରିନ ରହିଛି, ଯାହାର ୬୦ Hz ରିଫ୍ରେସ୍‌ ରେଟ୍‌ ସହ ୧୩୦୦ ନିଟ୍ସର ପିକ୍‌ ବ୍ରାଇଟନେସ୍‌ ରହିଛି । କମ୍ପାନୀ ଦାବି କରିଛି ଯେ ଏହି ଫୋନ୍ ୨,୫୦,୦୦୦ ଥର ଖୋଲା ଯାଇ ବନ୍ଦ ହୋଇପାରିବ । ଫ୍ରଣ୍ଟ କ୍ୟାମେରା ୩୨ ମେଗାପିକ୍ସେଲର ରହିଛି । ପଛ ସାଇଡରେ ୧୦୮ ମେଗାପିକ୍ସେଲର ମେନ୍‌ ସେନ୍ସର ଏବଂ ୮ ମେଗାପିକ୍ସେଲ ଅଲଟ୍ରାୱାଇଡ ସେନ୍ସରର ଦୁଇଟି କ୍ୟାମେରା ଅଛି ।

ଏହି କ୍ୟାମେରାଗୁଡ଼ିକ ଏକ ବଡ଼ ବ୍ଲକରେ ଲଗାଯାଇଛି ଯାହା ବନ୍ଦ ହେବାବେଳେ ନୋଟିଫିକେସନ୍‌, ମେସେଜ୍‌ ଏବଂ କଲ୍ ଭଳି ଜିନିଷଗୁଡିକ ଦେଖାଇବା ପାଇଁ ଏକ ଛୋଟ ସ୍କ୍ରିନ୍‌ ଭଳି କାମ କରେ । ଏହି ଫୋନରେ ୧୨ GB RAM ଏବଂ ୨୫୬ GB ଷ୍ଟୋରେଜ୍ ସହିତ ମିଡିଆଟେକ ହେଲିଓ G99 ପ୍ରୋସେସର ଲଗାଯାଇଛି । ଏହି ପ୍ରୋସେସର ପାଇଁ ଏହି ଫୋନ୍ କେବଳ 4G ନେଟୱାର୍କକୁ ସପୋର୍ଟ କରେ ।

Blackview Hero 10ରେ ୪,୦୦୦mAh ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି ଯାହା ୪୫ W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ । ଏହି ଫୋଲଡେବଲ୍ ଫୋନରେ ଷ୍ଟେରିଓ ସ୍ପିକର, NFC ଏବଂ ଦୁଇଟି ସିମ୍ ଇନଷ୍ଟଲ୍‌ ପାଇଁ ସ୍ଥାନ ଅଛି । ଏହି ଫୋନର ଦାମ୍‌ ୩୫,୪୦୦ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.