ଉଚ୍ଚଶିକ୍ଷିତ ହୋଇ ବି ପ୍ରେମ ପାଇଁ କଲେ ଚା ଦୋକାନ

ଯୁବକ ଜଣଙ୍କ ନାଁ ହେଉଛି ସନ୍ତୋଷ କୁମାର । ଘର ହେଉଛି ସାକ୍ଷୀଗୋପାଳ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଅନେକ ଦିନ ଧରି ରହିଆସୁଛନ୍ତି । ସନ୍ତୋଷ ପାଠ ପଢ଼ିଥିଲେ ବିକମ୍‌ ଗ୍ରାଜୁଏଟ୍‌ । ଇଛା ଥିଲା ସରକାରୀ ଚାକିରି କରି ଭଲ ମଣିଷ ହେବା ପାଇଁ କିନ୍ତୁ ସମୟ ହେବାକୁ ଦେଲାନି ଶେଷରେ କରିଥିଲେ ଚା’ ଦୋକାନ । ଚା’ କେବିନ୍‌ଟିକୁ ସାଜସଜ୍ଜା କରି ବେଶ୍‌ ଗ୍ରାହକ ସାଉଁଟୁଥିଲେ । ଏବଂ ଦି ପଇସା ଭଲ ରୋଜଗାର କରୁଥିଲେ ।

ଲୋକଙ୍କ ଯିବା ଆସିବା ରାସ୍ତାକଡ଼ରେ ଛୋଟିଆ କେବିନ୍‌ ଟିଏ । ତା ଆଗକୁ ରଙ୍ଗିନ୍‌ ଆଲୋକମାଳାରେ ସୁନ୍ଦର ଭାବରେ ସଜାସଜ୍ଜି ହୋଇଛି କିଛି ସ୍ଥାନ । ଚାରିପାଖରେ ବାଉଁଶ ଘେରା ବାଡ଼ ସାଙ୍ଗକୁ ବାଉଁଶ ଗୁଡ଼ିକ ରଙ୍ଗିନ୍‌ କରାଯାଇଛି ଏବଂ ସେ ବାଉଁଶର କଡ଼ରେ କିଛି ରଙ୍ଗିନ୍‌ ପତ୍ର ଗଛ ଲଗାଯାଇଛି । ଲାଗୁଛି ସତେ ଯେମିତି ଅଳ୍ପ ସମୟ ପରେ କାହାର ହାପି ବାର୍ଥ ଡେ ପାଳନ ହେବାକୁ ଯାଉଛି କି ! ଏ ସୁନ୍ଦର ଆଲୋକମାଳାର ସାଜସଜ୍ଜା ଆମକୁ ଟାଣି ନେଇଥିଲା ସେହି କେବିନ୍‌ ପାଖକୁ । କେବିନ୍‌ ପାଖରେ ପହଞ୍ଚିଲା ପରେ କେବିନ୍‌ ଭିତରଟା ତୁଳାରେ ଏମିତି ସଜେଇ ହୋଇଥିଲା ଲାଗୁଥିଲା କି ଆକାଶରେ ବାଦଲ ଛାଇ ହୋଇ ରହିଛି । କେବିନ୍‌ ଆଗରେ ଲେଖାଯାଇଥିଲା GOVT ଖଟି । ଏହି ସୁନ୍ଦର ସାଜସଜ୍ଜା ଯିଏ ବି ଦେଖିବ ଆକୃଷ୍ଟ ହୋଇ ସେହିଠାରେ ଟିକିଏ ଅଟକି ଯିବ । ତା ଛଡ଼ା କେବିନ୍‌ ବାହାରେ ଲାଇଟ୍‌ ଯେଉଁଠି ସଜାସଜ୍ଜି ହୋଇଥିଲା ସେଇଠି ସୁନ୍ଦର ଦେଶୀ ଯୋଗାଡ଼ ଥିଲା । କିଛି ସ୍କୁଟି, ସ୍କୁଟର ଟାୟାର୍‌ ରେ ରଙ୍ଗ କରାଯାଇ ତଳେ ରଖାଯାଇଥିଲା ଆଉ ସେଥିରେ ଚେୟାର୍‌ କରି ତା ଉପରେ ଥୁଆ ହୋଇଥିଲା ଗଦି । ଆଜିର ଯୁବପିଢ଼ି ଗୋଟିଏ ଜାଗାରେ ସେହି ଟାୟାର୍‌ ଉପରେ ବସି ବେଶ୍‌ ଖଟି ଜମାଉଥିଲେ ।

ଅନ୍ୟ ପାଖରେ ରହିଥିଲା ମାଟି ହାଣ୍ଡିଟିଏ ଥୁଆ ହୋଇଥିଲା ତା ଭିତରେ ଚା’ ଥିଲା । ତା ସହ ଥିଲା ସୁସ୍ୱାଦୁ ପାନୀୟ ବୋତଲ ସବୁ ରଖାଯାଇଥିଲା । ଜଣେ ଯୁବକ ସେହି ସୁନ୍ଦର ରଙ୍ଗିନ୍‌ ପାନୀୟ ବୋତଲରୁ ବିଭିନ୍ନ ରଙ୍ଗର ଅନେକ ପ୍ରକାର ପାନୀୟ ବାହାର କରି ଗୋଟିଏ ଜାଗାରେ ମିଶ୍ରଣ କରି ଲୋକଙ୍କୁ ପିଇବା ପାଇଁ ଦେଉଥିଲେ । ଏସବୁ କଥା ଦେଖିଲା ପରେ ଆମ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଲା । ଯେ କାହିଁକି ଏ ଯୁବକ ଜଣକ କେବିନ୍‌ ଟିକୁ ଏଭଳି ସାଜସଜ୍ଜା କରିି ସଜାଇଛନ୍ତି । ତାଙ୍କୁ ପଚାରିବା ପୂର୍ବରୁ ସେଠାରେ ଜଣେ ମହିଳା ବସିଥିଲେ ମୁଣ୍ଡରେ ଓଢ଼ଣୀ ଟାଣି ଛୋଟ ଷ୍ଟୁଲ୍‌ ଟେ ଉପରେ ବସି ମୁରୁକି ମୁରୁକି ହସୁଥିଲେ । ଯୁବକ ଜଣକ ହାତ ସେ ମହିଳାଙ୍କ ପରିଚୟ ଦେଇଥିଲେ ମା’ ବୋଲି । ଆମେ ତାଙ୍କ ମାଙ୍କୁ ପଚାରିଥିଲୁ । ମା କହିଥିଲେ ପୁଅକୁ ଅନେକ ପରିଶ୍ରମ କରି ଧାର୍‌ କରଜ କରି ପାଠ ପଢ଼ାଇ ମଣିଷ କରିବା ପାଇଁ ଅନେକ ପ୍ରୟାସ କରିଥିଲେ । କିନ୍ତୁ ସମୟ ସ୍ରୋତରେ ପୁଅ ପାଠ ପଢ଼ିଲା ହେଲେ ଅବାଟରେ ଯାଇ ଆଜି ଏଇ କେବିନ୍‌ କରି ବସିଛି । ଏତିକି କଥା କହି ମା ଆଖିରେ ଲୁହ ଝରି ଆସିଥିଲା । ମା ଭୋ ଭୋ ହୋଇ କାନ୍ଦି କାନ୍ଦି କହିଥିଲେ ଭଗବାନ୍‌ ତା ଭାଗ୍ୟରେ ଯାହା ଲେଖିଥିବେ ସେଇଆ ହିଁ ହେବ ।

ପ୍ରକୃତ କଥା ହେଉଛି, ଯୁବକ ଜଣଙ୍କ ନାଁ ହେଉଛି ସନ୍ତୋଷ କୁମାର । ଘର ହେଉଛି ସାକ୍ଷୀଗୋପାଳ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଅନେକ ଦିନ ଧରି ରହିଆସୁଛନ୍ତି । ସନ୍ତୋଷ ପାଠ ପଢ଼ିଥିଲେ ବିକମ୍‌ ଗ୍ରାଜୁଏଟ୍‌ । ଇଛା ଥିଲା ସରକାରୀ ଚାକିରି କରି ଭଲ ମଣିଷ ହେବା ପାଇଁ କିନ୍ତୁ ସମୟ ହେବାକୁ ଦେଲାନି ଶେଷରେ କରିଥିଲେ ଚା’ ଦୋକାନ । ଚା’ କେବିନ୍‌ଟିକୁ ସାଜସଜ୍ଜା କରି ବେଶ୍‌ ଗ୍ରାହକ ସାଉଁଟୁଥିଲେ । ଏବଂ ଦି ପଇସା ଭଲ ରୋଜଗାର କରୁଥିଲେ । ବିଧାତା ଦାଉ ସାଧିଲା ଭଳି ଭାଗ୍ୟ ସାଥ୍‌ ଦେଲାନି ଅବାଟକୁ ଗଲେ ଏବଂ ରୋଜଗାର ଟଙ୍କା ସବୁ ସାଙ୍ଗ ସାଥିରେ ବର୍ବାଦ୍‌ କରିଦେଲେ । ତଥାପି ସନ୍ତୋଷ ହାର୍‌ ମାନିନଥିଲେ ପୁଣି ଥରେ ଅଣ୍ଟା ଭିଡ଼ି ସେହି ଦେକାନଟିକୁ ସାଜସଜ୍ଜା କରି ଗ୍ରାହକ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସନ୍ତୋଷ କେବିନ୍‌ କରିବା ପଛରେ ସବୁଠାରୁ ବଡ଼ ସତ ହେଲା ନିଜର ଜମି ବିକି ପ୍ରେମିକାକୁ ଖୁସି କରିବା ପାଇଁ ଏହି ଚା’ ଏବଂ ସୁସ୍ୱାଦୁ ପାନୀୟ କେବିନ୍‌ କରିଛନ୍ତି । ଆଜିର ଦୁନିଆରେ ପ୍ରେମ ପାଇଁ ଶାହାଜାହନ୍‌ ତାଜମହଲ କରିଥିଲେ ବୋଲି କଥା ରହିଥିଲା ବେଳେ ଜମି ବିକି ପ୍ରେମିକା ପାଇଁ ଚା ଦୋକାନୀ ପାଲଟିବା ଚର୍ଚ୍ଚାର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.