Below header

ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଲା BCCI, କଟିଲା ୧୦ ପ୍ରତିଶତ ମ୍ୟାଚ ଫି

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ବିସିସିଆଇ ଈଶାନ କିଶନଙ୍କ ମ୍ୟାଚ ଫିର ୧୦ ପ୍ରତିଶତ କାଟିଛି । ଆଇପିଏଲ ତରଫରୁ ପ୍ରେସ ରିଲିଜ ଜାରି କରି ବିସିସିଆଇ ସୂଚନା ଦେଇଛି । ଈଶାନ କିଶନ ନିଜ ଦୋଷ ସ୍ୱୀକାର କରିଛନ୍ତି ।

ଆଇପିଏଲ୍‌ର ୧୭ତମ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ବେଶ୍‌ କିଛି କମାଲ୍‌ କରିପାରିନାହିଁ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ୧୦ ରନ୍‌ରେ ହାରିଛି । ଏହି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫରେ ପ୍ରବେଶ ଆଶା ଭାଙ୍ଗିଯାଇଛି । ତେବେ ଏହି ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ବ୍ୟାଟର ତଥା ଓ୍ଵିକେଟ କିପର ଈଶାନ କିଶନଙ୍କ ଉପରେ ଜରିମାନା ଲଗାଇଛି ବିସିସିଆଇ । ଦିଲ୍ଲୀ ବିପକ୍ଷ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଲେବଲ ୧ର ଉଲ୍ଲଙ୍ଘନ କରିଥିଲେ ଈଶାନ, ଯେଉଁଥିପାଇଁ ବିସିସିଆଇ ତରଫରୁ ମ୍ୟାଚ୍‌ ଫି କଟାଯାଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଆଇପିଏଲ ଆଚାର ସଂହିତା ଉଲ୍ଲଙ୍ଘନକୁ ନେଇ ବିସିସିଆଇ ଈଶାନ କିଶନଙ୍କ ମ୍ୟାଚ ଫିର ୧୦ ପ୍ରତିଶତ କାଟିଛି । ଆଇପିଏଲ ତରଫରୁ ପ୍ରେସ ରିଲିଜ ଜାରି କରି ବିସିସିଆଇ ସୂଚନା ଦେଇଛି । ଈଶାନ କିଶନ ନିଜ ଦୋଷ ସ୍ୱୀକାର କରିଛନ୍ତି । ଆଉ ଏହାପରେ ତାଙ୍କ ମ୍ୟାଚର ୧୦ ପ୍ରତିଶତ ଫି କଟିଛି । ଆଇପିଏଲ ଆଚାର ସଂହିତା ଅନୁଚ୍ଛେଦ ୨.୨ ଅନୁଯାୟୀ, ମ୍ୟାଚ ସମୟରେ କ୍ରିକେଟ ଉପକରଣ କିମ୍ବା କପଡା, ଗ୍ରାଉଣ୍ଡ ଉପକରଣର ଦୂରୁପଯୋଗ ହେବା ଉଚିତ ନୁହେଁ ।

ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ନୂଆ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ ବିଲକୁଲ ଭଲ ଖେଳୁନହିଁ । ଟିମ୍‌ ୯ଟି ମ୍ୟାଚରୁ ମାତ୍ର ୩ଟି ଜିତିଛି । ଏହାସହିତ ପଏଣ୍ଟ ତାଲିକାରେ ୯ମ ସ୍ଥାନରେ ରହିଛି ମୁମ୍ବାଇ । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଟିମ୍‌ ବିପକ୍ଷରେ ୨୦ ଓଭରରେ ୨୫୭ ରନ୍‌ କରିଥିଲା । ଯାହାପରେ ମୁମ୍ବାଇ ୨୦ ଓଭରରେ ମାତ୍ର ୨୪୭ ରନ୍‌ କରିଥିଲା । ମାତ୍ର ୧୦ ରନରେ ମୁମ୍ବାଇ ମ୍ୟାଚ ହାରିଯାଇଥିଲା ।

ପୂର୍ବରୁ ବିସିସିଆଇ ଈଶାନ କିଶନଙ୍କୁ ରଣଜୀ ମ୍ୟାଚ ନ ଖେଳିବାକୁ ନେଇ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇସାରିଥିଲା । ଯଦି କୌଣସି ଖେଳାଳି ୩ରୁ ୪ଟି ରଣଜୀ ଟ୍ରଫି ନ ଖେଳିବେ, ତା’ହେଲେ ସେମାନଙ୍କୁ ଆଇପିଏଲରେ ଭାଗ ନେବାକୁ ସୁଯୋଗ ମିଳିବ ନାହିଁ ବୋଲି ବିସିସିଆଇ କହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.