Below header

ଟ୍ୱିନ୍ ସିଟିକୁ ରେଡ ଆଲର୍ଟ: ଭୁବନେଶ୍ୱରରେ ସାଢେ ୧୧ଟା ସୁଦ୍ଧା ପାରଦ ୪୧.୬ ଡିଗ୍ରୀ ରେକର୍ଡ

୪ଦିନ ରେଡ ୱାର୍ଣ୍ଣିଂ । ଟ୍ୱିନ ସିଟିକୁ ରେଡ ଆଲର୍ଟ । ଆଜି ପାଇଁ ଭୁବନେଶ୍ୱର ଓ କଟକକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱରରେ ପାରଦ ୪୧ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୨, କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱର(କେନ୍ୟୁଜ):  ୪ଦିନ ରେଡ ୱାର୍ଣ୍ଣିଂ । ଟ୍ୱିନ୍ ସିଟିକୁ ରେଡ ଆଲର୍ଟ । ଆଜି ପାଇଁ ଭୁବନେଶ୍ୱର ଓ କଟକକୁ ରେଡ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଭୁବନେଶ୍ୱରରେ ସାଢେ ୧୧ଟା ସୁଦ୍ଧା ପାରଦ ୪୧ ଦଶମିକ ୬ ଡିଗ୍ରୀ ରେକର୍ଡ ହୋଇଛି । ବାଲେଶ୍ୱରରେ ୪୦.୭, ଚାନ୍ଦବାଲିରେ ୪୦.୨, କେନ୍ଦୁଝରରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି ।

୪୦ ଡିଗ୍ରୀ ଉପରେ ରହିଛି ୪ଟି ସହରର ତାପମାତ୍ରା । ତାତିରେ ଜଳୁଛି ସାରା ଓଡ଼ିଶା । ଅସ୍ତବ୍ୟସ୍ତ ଜନଜୀବନ । ୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ହେବ । କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିବାର ସମ୍ଭାବନା ରହିଛି ।

ଆସନ୍ତା ୧ ତାରିଖ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଏବେ କୌଣସି ବଡ଼ ବର୍ଷାର ବି ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଦୁଇ ତାରିଖ ପରେ ତାପମାତ୍ରା ସମାନ୍ୟ ଖସିବାର ସମ୍ଭାବନା ରହିଛି । ଗତ କାଲି ଭଦ୍ରକ, ବାଲେଶ୍ୱର, ମାଲକାନଗିରି ଓ କୋରାପୁଟ ରେ ବର୍ଷା ରେକର୍ଡ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.