Below header

ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ, ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ

ଭୋଜପୁରୀ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର । ଲୋକପ୍ରିୟ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ ହୋଇଛି । ଅଭିନେତ୍ରୀଙ୍କ ମୃତ୍ୟୁରେ ଭୋଜପୁରୀ ଷ୍ଟାର୍‌ ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

ଭୋଜପୁରୀ ସିନେମା ଜଗତରୁ ଆସିଛି ଏକ ଦୁଃଖଦ ଖବର । ଲୋକପ୍ରିୟ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ନିଧନ ହୋଇଛି । ଅଭିନେତ୍ରୀଙ୍କ ମୃତ୍ୟୁରେ ଭୋଜପୁରୀ ଷ୍ଟାର୍‌ ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଭାଗଲପୁରରେ ଅନ୍ନପୂର୍ଣ୍ଣା ଓରଫ୍‌ ଅମୃତା ପାଣ୍ଡେଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

ତେବେ ମୃତ୍ୟୁ ପୂର୍ବରୁ ଅଭିନେତ୍ରୀ ତାଙ୍କ ହ୍ଵାଟସ୍‌ଆପ୍‌ ଷ୍ଟାଟସ୍‌ରେ କିଛି ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି । ଏତିକି ନୁହେଁ, ଏହି ହ୍ଵାଟସ୍‌ଆପ୍‌ ଷ୍ଟାଟସ୍‌ ହଇଚଇ ମଧ୍ୟ ସୃଷ୍ଟି କରିଛି । ଏଥିରେ ଯାହା ସେ ଲେଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି, ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଷ୍ଟାଟସ୍‌ ପୋଷ୍ଟ କରିବାର କିଛି ଦିନ ପରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି ।

ଜୋଗସର ଥାନା ଅଧୀନ ଆଦମପୁର ଜାହଜ ଘାଟରେ ଥିବା ଏକ ଆପାର୍ଟମେଣ୍ଟରୁ ଶନିବାର ସନ୍ଧ୍ୟାରେ ଅଭିନେତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ପାଇଁ ପହଞ୍ଚିଥିଲା । ଘଟଣାସ୍ଥଳରୁ ଅଭିନେତ୍ରୀଙ୍କ ଶାଢି, ମୋବାଇଲ୍ ଫୋନ୍‌ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ପରିବାର ଲୋକଙ୍କ ଅନୁସାରେ, ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ ହିନ୍ଦୀ ସମେତ ଅନେକ ଫିଲ୍ମ, ସିରିଏଲ, ୱେବ୍ ସିରିଜ୍ ଏବଂ ବିଜ୍ଞାପନରେ କାମ କରିଛନ୍ତି ।

ସୂଚନାଥାଉ କି, ଅଭିନେତ୍ରୀ ନିଜ ହ୍ଵାଟସ୍‌ଆପ୍‌ ଷ୍ଟାଟସ୍‌ରେ ଲେଖିଥିଲେ ଯେ ‘ତାଙ୍କ ଜୀବନ ଦୁଇଟି ଡଙ୍ଗାରେ ଚାଲିଛି, ମୁଁ ନିଜ ଡଙ୍ଗାକୁ ବୁଡ଼ାଇ ତାଙ୍କ ରାସ୍ତାକୁ ସହଜ କରିଦେଲି’ । ତେବେ ଯେତେବେଳେ ଖବର ପାଇ ପୋଲିସ ଆପାର୍ଟମେଣ୍ଟରେ ଥିବା ତାଙ୍କ ଫ୍ଲାଟ୍‌ରେ ପହଞ୍ଚିଥିଲା, ସେତେବେଳେ ଅଭିନେତ୍ରୀଙ୍କ ମୃତଦେହ ବେଡ୍‌ରେ ପଡ଼ିଥିବାର ଦେଖିବାକୁ ପାଇଥିଲା ।

ପରିବାର ଲୋକଙ୍କ କହିବା ହେଲା, ୨୦୨୨ରେ ଅମୃତା ଛତିଶଗଡର ବିଳାସପୁର ନିବାସୀ ଚନ୍ଦ୍ରମଣି ଝାଙ୍ଗଡ଼ଙ୍କୁ ବିବାହ କରିଥିଲେ । ସେ ମୁମ୍ବାଇର ଜଣେ ଆନିମେସନ୍ ଇଞ୍ଜିନିୟର । ସେମାନଙ୍କର କେହି ସନ୍ତାନ ସନ୍ତତି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.