Below header

୨୦୨୦ ମସିହା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ମନରେଗା ଦୁର୍ନୀତି ମାମଲା: ୩ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର

୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲାରେ ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର ।

କରଞ୍ଜିଆ(କେନ୍ୟୁଜ): ୨୦୨୦ ମସିହାରେ ହୋଇଥିବା ବହୁ ଚର୍ଚ୍ଚିତ ଯଶୀପୁର ବ୍ଲକର ୩ କୋଟି ୨୧ ଲକ୍ଷ ଟଙ୍କାର ମନରେଗା ଦୁର୍ନୀତି ମାମଲାରେ ତିନି ଜଣ ଯନ୍ତ୍ରୀଙ୍କୁ ନିଲମ୍ବନ କଲେ ସରକାର । ସେମାନଙ୍କ ମଧ୍ୟରେ ଅଛନ୍ତି ଯଶିପୁର ବ୍ଲକ ର ତତ୍କାଳୀନ ସହକାରୀ ନିର୍ବାହି ଯନ୍ତ୍ରୀ ରାଜେନ୍ଦ୍ର ପାତ୍ର କନିଷ୍ଠ ଯନ୍ତ୍ରୀ ସମୀର କବି , କନିଷ୍ଠ ଯନ୍ତ୍ରୀ ଦିବ୍ୟ ଲୋଚନ ନାଏକ ପ୍ରଭୁତି ସାମିଲ୍ ଅଛନ୍ତି ।

୨୦୨୦ ମସିହାର ଯଶୀପୁର ବ୍ଲକ୍ ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ଗ୍ରାମ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ନହୋଇ ମନରେଗା ଯୋଜନାରେ ୩ କୋଟି ୨୧ ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତତ୍କାଳୀନ ଯଶୀପୁର ବ୍ଳକ୍ ବିଡ଼ିଓ ଅନୁପମା ଘୋଷ ଏହି ଦୁର୍ନୀତିରେ ଜଡ଼ିତ ଥିବା ୨୫ ଜଣ ଅଭିଯୁକ୍ତଙ୍କ ନାମରେ ଯଶୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏବେ ଏହି ମାମଲା ED ରେ ମଧ୍ୟ ତଦନ୍ତ ପରିସରରେ ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.