Below header

ଗାଡି ଧକ୍କାରେ ଶ୍ରମିକ ମୃତ, ପ୍ରତିବାଦରେ ଟାୟାର ଜାଳି ରାସ୍ତା ରୋକ୍

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ର ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡି ଧକ୍କାରେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମୃତ ।

ମହାକାଳପଡା (କେନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ର ଜମ୍ବୁ -ମାର୍ଶାଘାଇ କେନାଲ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଥିବା ଏଆରଏସଏସ କମ୍ପାନୀର ଗାଡି ଧକ୍କାରେ ସେହି କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମୃତ । ପ୍ରତିବାଦରେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡର ବାୟାବାବା କଲେଜ ଛକରେ ଟାୟାର ଜାଳି ରାସ୍ତା ରୋକ୍ କରିଛନ୍ତି ସ୍ଥାନୀୟ ଲୋକେ ।

ମୃତକ ହେଲେ ସ୍ଥାନୀୟ ନନ୍ତାର ଗ୍ରାମର ଅଞ୍ଜନ ମଲିକ । ବିଳମ୍ବିତ ରାତିରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡି ଚଢାଇ ଦେଇଥିବା ଜଣାପଡିଛି l ଘଟଣା ସ୍ଥଳରେ ମହାକାଳପଡା ପୋଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ -ମାର୍ଶାଘାଇ କେନାଲ ରୋଡରେ ଅଟକି ରହିଛି ଶହ ଶହ ଗାଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.