ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ, ମେ ୧୩ ରେ ଭୋଟଗ୍ରହଣ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ ।

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିଲା ନାମାଙ୍କନ ଦାଖଲ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୨୮ଟି ବିଧାନସଭା ଆସନରେ ଭୋଟିଂ ହେବ । ମେ ୧୩ରେ ହେବ ଭୋଟଗ୍ରହଣ ।

ଗତ ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଜିତିଥିବା ବେଳେ କଳାହାଣ୍ଡିରେ ବିଜେପି ଓ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା । ଏହି ଚାରୋଟି ସଂସଦୀୟ କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରୁ ଗତଥର ୨୧ଟି ଆସନ ବିଜେଡି ଜିତିଥିଲା ।

ବିଜେପି ଚାରିଟି ଓ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିଲେ । ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ । ୨୪ ତାରିଖ ସୁଦ୍ଧା ୪ଟି ଲୋକସଭା ଆସନ ପାଇଁ ମୋଟ ୫୫ ଜଣ ନାମାଙ୍କନ ଦାଖଲ କରିଛନ୍ତି । ସବୁଠାରୁ ଅଧିକ କଳାହାଣ୍ଡିରେ ୧୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ନବରଙ୍ଗପରୁ ୭ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

କୋରାପୁଟ ଲୋକସଭା ଆସନ ଲାଗି ୧୬ ଜଣ ଓ ବ୍ରହ୍ମପୁର ଲୋକସଭା ଆସନ ଲାଗି ୧୫ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ ଆସନ୍ତାକାଲି ଯାଞ୍ଚ ହେବ । ୨୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.