Below header

ପୁଞ୍ଚରେ ବାୟୁସେନା କାଫିଲା ଉପରେ ଆତଙ୍କବାଦୀ ଆକ୍ରମଣ, ୫ ଯବାନ ଆହତ

ଜାମ୍ମୁ କାଶ୍ମୀର ପୁଞ୍ଚରେ ବାୟୁସେନା କାଫିଲା ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି ।

ଜାମ୍ମୁ କାଶ୍ମୀର ପୁଞ୍ଚରେ ବାୟୁସେନା କାଫିଲା ଉପରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀମାନେ ପୁଣି ଥରେ ଭିରୁତାପୂର୍ଣ୍ଣ କାର୍ଯ୍ୟ କରିଛନ୍ତି । ସୂଚନା ଅନୁସାରେ ପୁଞ୍ଚର ସୁରାନକୋଟରେ ଆତଙ୍କବାଦୀମାନେ ବାୟୁସେନା ଗାଡି ଉପରେ ଲୁଚିରହି ଅତର୍କିତ ଗୁଳି ଚଳାଇଛନ୍ତି ।

ଆତଙ୍କବାଦୀମାନେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ପଳାୟନ କରିଛନ୍ତି । ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ ସ୍ଥାନୀୟ ରାଷ୍ଟ୍ରିୟ ରାଇଫଲ୍ସ ୟୁନିଟ୍ ଏହି ଅଞ୍ଚଳକୁ କର୍ଡନ୍ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.