ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ, ନକଲି ବହି ଜବତ
ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ ।
ଭୁବନେଶ୍ୱର : ନକଲି NCRT ବହି ବିକ୍ରି ନେଇ କମିଶନରେଟ ପୋଲିସର ଚଢ଼ାଉ । ବଡ଼ଗଡ଼ ଥାନା ରବି ଟକିଜ ଶୁଭମ ବୁକଷ୍ଟୋରରେ ଚଢ଼ାଉ କରିଛି ପୋଲିସ । ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ବହି ଜବତ କରିଛି ପୋଲିସ । କେବେ ଠାରୁ ନକଲି ବହି ବିକ୍ରି କରୁଥିଲେ ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।
DCP ପ୍ରତୀକ ସିଂହଙ୍କ ନେତୃତ୍ୱରେ ଖାରବେଳ ନଗର ଓ ବଡଗଡ ଥାନା ଅଧିକାରୀ ନକଲି NCERT ବହି ଗୋଦାମ ଉପରେ ଚଢ଼ାଉ କରିଛନ୍ତି । ଟଙ୍କପାନି ରୋଡର ଶୁଭମ୍ ବୁକ୍ ଷ୍ଟୋର ରେ ରହିଥିଲା ଏହି ବହି । ଏହାକୁ ଏକ ଗୋଦାମରେ ଲୁଚାଇ ରଖିଥିଲେ। NCERT କର୍ତ୍ତୁପକ୍ଷ କମିଶନରେଟ ପୋଲିସରେ ଏତଲା ଦେବା ପରେ ହୋଇଛି ଚଢ଼ାଉ ।
ଭୁବନେଶ୍ୱରର ତିନୋଟି ସ୍ଥାନରେ ହେଉଛି ରେଡ। ଏହାର ଅନ୍ୟ ଲିଙ୍କ ମଧ୍ୟ ଖୋଜୁଛି ପୋଲିସ । ଦେଶର ଅନ୍ୟ ସ୍ଥାନରେ ମଧ୍ୟ NCERT ନକଲି ବହି ମିଳୁଥିବା ନେଇ ରେଡ ହୋଇଛି । ଏହି ନେଟୱର୍କର ଚେର କେଉଁ ଆଡେ ଲମ୍ବିଛି ସେ ନେଇ ଖୋଳତାଡ କରୁଛି ପୋଲିସ । ଏହା ଦେଶ ସାରା ଚାଲିଥିବା ରାକେଟ ବୋଲି ସନ୍ଦେହ କରୁଛି ପୋଲିସ ।