ବିଜୟଙ୍କ ହାତରେ କ୍ଷତ ଚିହ୍ନ, ଭାଇରାଲ ଫଟୋକୁ ନେଇ ଚିନ୍ତାରେ ଫ୍ୟାନ୍ସ

ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି ।

ଭାଇରାଲ ହେଉଛି ଥାଲାପତି ବିଜୟଙ୍କ ଆହତ ସମୟର ଫଟୋ । ଯେଉଁଥିରେ ଜଣାପଡିଛି ସାଉଥ ସୁପରଷ୍ଟାର ଥାଲାପତି ବିଜୟ ଆହତ ହୋଇଛନ୍ତି । ଫିଲ୍ମ ଶୁଟିଂ ସମୟରେ ବିଜୟଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି । ଏନେଇ ସୋସିଆଲ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଖବର ପାଇବା ପରେ ବିଜୟଙ୍କର ଫ୍ୟାନ୍ସଙ୍କର ଚିନ୍ତା ବଢ଼ିଯାଇଛି ।

କହିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ବିଜୟ ତାଙ୍କର ଆଗମୀ ଫିଲ୍ମ ‘ଦି ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍’ର ଶୁଟିଂରେ ବ୍ୟସ୍ତ ରହିଛନ୍ତି । ନିକଟରେ ବିଜୟ ନିଜର ବ୍ଲକବଷ୍ଟର ଫିଲ୍ମ ଗିଲ୍ଲୀକୁ ନେଇ ନିର୍ମାତାଙ୍କ ସହିତ ଆଲୋଚନା କରିଥିଲେ । ଫିଲ୍ମକୁ ସିନେମା ଘରେ ଦ୍ୱିତୀୟ ଥର ପାଇଁ ରିଲିଜ କରାଯାଇଥିଲା । ଫିଲ୍ମ ପୁନଃ ରିଲିଜ ହେବାର ଖାସ୍ ଅବସରରେ ଫିଲ୍ମ ମେକର୍ସଙ୍କ ତରଫରୁ ବିଜୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରିଥିବା ବେଳେ ସେନେଇ ଅଭିନେତାଙ୍କୁ ସମ୍ମାନିତ କରାଯାଇ ବେକରେ ଏକ ଫୁଲ ହାର ପିନ୍ଧାଯାଇଥିଲା ।
ତେବେ ସେହି ସମୟର ଏକ ଫଟୋ ସୋସିଆଲ ମିଡ଼ିଆରେ ଦ୍ରୁତ ଭାବେ ଭାଇରାଲ ହୋଇଯାଇଥିଲା । ସେହି ଫଟୋରେ ବିଜୟଙ୍କର ହାତରେ କିଛି ଆଘାତ ଲାଗିଥିବା ଦେଖିବାକୁ ମିଳିଛି ।

bijay

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.