Below header

କମ୍ପୁଛି ମଇଦାନ : ସମ୍ବଲପୁର ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ଭରିବେ ପ୍ରଣବ ପ୍ରକାଶ ଦାସ

ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ। ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ପ୍ରଣବ ।

ସମ୍ବଲପୁର (କେନ୍ୟୁଜ): ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଣବ ପ୍ରକାଶ ଦାସ ।  ସମ୍ବଲପୁରରେ ବିରାଟ ଶୋଭାଯାତ୍ରାରେ ଯାଇ ନାମାଙ୍କନ ଭରିବେ ବିଜେଡି ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ। ବାଲିବନ୍ଧାରୁ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ପ୍ରଣବ । ସେଠାରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାକଲ କରିବେ।

୨୦୦୯ରୁ ଲଗାତାର ତିନି ଥର ଯାଜପୁର ବିଧାନସଭାରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତିବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ । ସକାଳେ ମା ସମଲେଶ୍ବରୀଙ୍କ ଆଶୀର୍ବାଦ ନେଇ ପ୍ରଣବ ପ୍ରକାଶ ନାମାଙ୍କନ ପାଇଁ ବାହାରିଛନ୍ତି । ତାଙ୍କ ସହ ଆଜି ସମ୍ବଲପୁର ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀ ଏବଂ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ସୁଦର୍ଶନ ହରିପାଲ ମଧ୍ୟ ନାମାଙ୍କନ ଦାଖଲ କରିବେ । ସେହିପରି ବରଗଡ଼ରେ ଆଜି ଅତାବିରା ବିଧାୟକ ପ୍ରାର୍ଥୀ ବିଜେଡି ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ବିଜେପି ପ୍ରାର୍ଥୀ ଅଶ୍ବିନୀ ଷଡ଼ଙ୍ଗୀ ପ୍ରମୁଖ ନାମାଙ୍କନ ଭରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.