Below header

ସକାଳ ୮ ଟାରୁ ଜଳିଲାଣି ବାରିପଦା, ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ

ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ସେହିପରି ସକାଳ ୮ଟା୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ ଜାରି ରହିଛି ଗ୍ରୀଷ୍ମ ପ୍ରବାହ ।  ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତନ ନହେବା ନେଇ ସୂଚନା ରହିଛି ।  ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ଗ୍ରୀଷ୍ମ ପ୍ରବାହରେ ସାରା ରାଜ୍ୟ ଜଳୁଥିବା ବେଳେ କିଛି କିଛି ଜାଗାରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ସକାଳ ୮ରୁ ପାରଦ ଊର୍ଦ୍ଧ୍ବମୁଖା ହୋଇ ୩୮ଡିଗ୍ରୀ ଛୁଇଁଯାଉଛି। ସେହିପରି ସକାଳ ୮ଟା୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା । ବାରିପଦାରେ ୩୮.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ତାଳଚେରରେ ୩୭.୮, ବାଲେଶ୍ବର ୩୬.୬, ରାଉରକେଲାରେ ୩୫ ଡିଗ୍ରୀ, ଭବାନୀପାଟଣା ୩୪.୮, ଭୁବନେଶ୍ବର ଓ ଝାରସୁଗୁଡ଼ା ୩୪.୬ କେନ୍ଦୁଝରରେ ୩୬.୪ ଡିଗ୍ରୀ ରହିଛି ତାପମାତ୍ରା । ସେହିପରି କଟକରେ ୩୫.୮ ଡିଗ୍ରୀ, ଭଦ୍ରକରେ ୩୫ ଡିଗ୍ରୀ, ହୀରାକୁଦ ୩୪.୪, ଚାନ୍ଦବାଲି ୩୪.୨, ବଲାଙ୍ଗିର ୩୪ , କେନ୍ଦ୍ରାପଡା ଓ ଅନୁଗୁଳର ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ ରହିଛି । ୩୦ ଡିଗ୍ରୀ ଉପରେ ରହିଛି ୧୫ଟି ସହରର ତାପମାତ୍ରା ।

ତେବେ ମେ’ ୨ ପରେ ପ୍ରବଳ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ ବୋଲି ଆକଳନ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.