OTT ପ୍ଲାଟଫର୍ମରେ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’, ଜାଣନ୍ତୁ କେବେ

ଫିଲ୍ମ 'ଦି ଫ୍ୟାମିଲି ଷ୍ଟାର'ର OTT ରିଲିଜ୍ ଘୋଷଣା କରାଯାଇଛି ଏବଂ ଯଦି ଆପଣ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ମଧ୍ୟରେ ଥିବା ଅନସ୍କ୍ରିନ କେମେଷ୍ଟ୍ରିକୁ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ OTT ରେ ଦେଖିପାରିବେ ।

ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ଏପ୍ରିଲ ୫ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି । ଫିଲ୍ମଟି ୧୯ ଦିନ ମଧ୍ୟରେ ବକ୍ସ ଅଫିସରେ ଅଧିକ ରୋଜଗାର କରିନଥିଲା, କିନ୍ତୁ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରିକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ବର୍ତ୍ତମାନ ୨୦ ଦିନ ପରେ OTT ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଯେଉଁମାନେ ଥିଏଟରରେ ଏହି ଫିଲ୍ମ ଦେଖିବାରେ ସକ୍ଷମ ହୋଇନାହାଁନ୍ତି, ସେମାନେ ବର୍ତ୍ତମାନ ଏହାକୁ ଘରେ ଦେଖିପାରିବେ ।

ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ର OTT ରିଲିଜ୍ ଘୋଷଣା କରାଯାଇଛି ଏବଂ ଯଦି ଆପଣ ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ମଧ୍ୟରେ ଥିବା ଅନସ୍କ୍ରିନ କେମେଷ୍ଟ୍ରିକୁ ଦେଖିବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ OTT ରେ ଦେଖିପାରିବେ । ତେବେ ସାଉଥ୍‌ର ଫେମସ୍‌ ଫିଲ୍ମ କ୍ରିଟିକ୍ସ ସୁରେଶ ବିଜୟ ଦେଭେରକୋଣ୍ଡାଙ୍କ ଫିଲ୍ମ ‘ଫ୍ୟାମିଲି ଷ୍ଟାର’ର ପୋଷ୍ଟର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରି OTT ରିଲିଜ ସମ୍ବନ୍ଧରେ ସୂଚନା ଦେଇଛନ୍ତି ।

ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ଏପ୍ରିଲ ୨୬ରେ ତେଲୁଗୁ ଏବଂ ତାମିଲରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବ । ଏହି ଫିଲ୍ମରେ ଆପଣ ପୁଣି ଥରେ ମୃଣାଲ ଠାକୁର ଏବଂ ବିଜୟ ଦେବରକୋଣ୍ଡାଙ୍କ ସୁନ୍ଦର କେମେଷ୍ଟ୍ରି ଦେଖିପାରିବେ । ଏହାର OTT ରିଲିଜ୍ ବିଷୟରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି ।

ବିଜୟ ଦେବରକୋଣ୍ଡା ଏବଂ ମୃଣାଲ ଠାକୁରଙ୍କ ଫିଲ୍ମ ‘ଦି ଫ୍ୟାମିଲି ଷ୍ଟାର’ ରେ ଦିବ୍ୟଶା କୌଶିକ, ଅଜୟ ଘୋଷ ଏବଂ ବାସୁକିଙ୍କ ପରି ଅଭିନେତାଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ଏପ୍ରିଲ ୫ରେ ସିନେମା ହଲ୍‌ ମୁକ୍ତିଲାଭ କରିଥିଲା । ଏହା ଏକ ମଧ୍ୟବିତ୍ତ ପରିବାରର କାହାଣୀ ଦର୍ଶାଯାଇଛି । ବିଜୟ ଦେବରକୋଣ୍ଡାଙ୍କ ସହ ନିର୍ଦ୍ଦେଶକ ପର୍ଶୁରାମଙ୍କର ଏହା ହେଉଛି ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ଅଭିନେତା ‘ଗୀତା ଗୋବିନ୍ଦମ’ରେ ନଜର ଆସିଥିଲେ, ଯେଉଁଥିରେ ବିଜୟ ଦେବର୍‌କୋଣ୍ଡା ଏବଂ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.