ଓଡ଼ିଶା ପାଇଁ ସୋନପୁରରୁ ଅମିତ ଶାହାଙ୍କ ପ୍ରଚାର, ଡବଲ ଇଂଜିନ ସରକାର ଆଣିବାକୁ କହିଲେ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଆଜି ସୋନପୁରରୁ ବିଜେପି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭାରତ ମାତା କି ଜୟ କହି ସଭାକୁ ସମ୍ବୋଧିତ କରିଥିବାବେଳେ ଓଡିଶାର ଦେବୀ ପୀଠର ନାମ ନେଇ ନମସ୍କାର କରିଥିଲେ ।

କେନ୍ୟୁଜ(ବ୍ୟୁରୋ) : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ଆଜି ସୋନପୁରରୁ ବିଜେପି ପାଇଁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଭାରତ ମାତା କି ଜୟ କହି ସଭାକୁ ସମ୍ବୋଧିତ କରିଥିବାବେଳେ ଓଡିଶାର ଦେବୀ ପୀଠର ନାମ ନେଇ ନମସ୍କାର କରିଥିଲେ । ମୋଦିଙ୍କ ସମୟରେ ୩୭୦ ଉଠିବା ସହ ସର୍ଜିକାଲ ଷ୍ଟ୍ରାଇକ ଦେଶର ବଡ଼ ଉପଲବ୍ଧୀ ବୋଲି କହିଥିଲେ । ମୋଦିଙ୍କ ଯୋଜନା ଯୋଗୁ ଦେଶରେ ନକ୍ସଲ ଉପଦ୍ରବ କମିଥିବା କହିଥିଲେ ।

ରାମ ମନ୍ଦିର ନିର୍ମାଣ କରିବାର ଥିଲା କି ନାହିଁ ବୋଲି କହିବା ସହ ରାମ ମନ୍ଦିର ଉତ୍ସବକୁ ବିରୋଧ କରିବା ବ୍ୟକ୍ତି କିଏ ବୋଲି କହିଥିଲେ । ମୋଦିଙ୍କ ଯୋଗୁ ଦେଶ ଭିତରେ ଓ ବାହାରେ ଶତ୍ରୁ ହ୍ରାସ ପାଇଛନ୍ତି । ଦେଶର ଆର୍ଥିକ ବ୍ୟବସ୍ଥା ସୁଦୃଢ଼ ହୋଇଛି ବୋଲି କହିଥିଲେ ।

ଓଡ଼ିଶାର ଏହି ପବିତ୍ର ମାଟିରେ ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଆସିଛି। ଓଡ଼ିଶାର ଲୋକ ମଧ୍ୟ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ମୋଦି ୨୦ଟି ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରାଇବାକୁ ଚାହୁଁଛନ୍ତି। ଓଡ଼ିଶାରେ ମଧ୍ୟ ବହୁମତ ସହିତ ବିଜେପି ସରକାର କରିବ। ୧୦ ବର୍ଷ ହେଲା ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ବିକାଶ ହୋଇଛି ବୋଲି ଶ୍ରୀ ଶାହ କହିଥିଲେ । ରାଜ୍ୟ ସରକାରଙ୍କ ନୀତିକୁ ଶ୍ରୀ ଶାହ ସମାଲୋଚନା କରିଥିଲେ ।

ଶ୍ରୀ ଶାହଙ୍କ ସୋନପୁର ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସଂଗୀତା ସିଂହଦେଓ, ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର, ବୀରମହାରାଜପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦାଲା, ଲୋଇସିଂହା ବିଧାୟକ ମୁକେଶ ମହାଳିଙ୍ଗ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, କନକବର୍ଦ୍ଧନ ସିଂହଦେଓ, ମନମୋହନ ସାମଲ, ଗୋଳକ ମହାପାତ୍ରଙ୍କ ସମେତ ବହୁ ନେତା ଯୋଗଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.