ହେଡସାର୍‌ ଖାଇଗଲେ ମଧ୍ୟାହ୍ନ ଭୋଜନ ଟଙ୍କା, ସ୍କୁଲ ୟୁନିଫର୍ମ ଟଙ୍କା ଷ୍ଟାଇପେଣ୍ଡ ଟଙ୍କା ପିଲାଙ୍କ ସାଇକେଲ ଅନୁଦାନ ଟଙ୍କା ଶେଷରେ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାଙ୍କ ଟଙ୍କା

ଲୁଚକାଳି ଖେଳ ଖେଳିଲେ ହେଡ ସାର । ତାପୁଣି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ସହିତ ପିଲାଙ୍କ ହକର ପଇସା ସହ। ହେଡସାର ଏମିତି ଠକିଦେଲେ ଯେ ଗୋଷ୍ଠି ମହିଳା ଆସି ପହଁଚିଗଲେ ସ୍କୁଲରେ ।

କରଞ୍ଜିଆ (କେନ୍ୟୁଜ): ମିଛ କହିଲେ ତାପରେ ଠକିଦେଲେ ହେଡସାର । ଧରାଇଦେଲେ ଫେକ୍‌ ଚେକ ଆଉ ଭଣ୍ଡାଇଦେଲେ । ଠିକ୍‌ ସମୟରେ କାମ କରାଇନେଲେ ଆଉ ପଇସା ଦେବା ସମୟ ଯେତେବେଳେ ଆସିଲା ସେତେବେଳେ ଖେଳିଲେ ଖେଳ । ଲୁଚକାଳି ଖେଳ ଖେଳିଲେ ହେଡ ସାର । ତାପୁଣି ସ୍ୱୟଂ ସହାୟକ ଗୋଷ୍ଠିର ମହିଳାଙ୍କ ସହିତ ପିଲାଙ୍କ ହକର ପଇସା ସହ। ହେଡସାର ଏମିତି ଠକିଦେଲେ ଯେ ଗୋଷ୍ଠି ମହିଳା ଆସି ପହଁଚିଗଲେ ସ୍କୁଲରେ । ତାପରେ ଗେଟରେ ପକାଇଦେଲେ ତାଲା । ପିଲା ପାଠ ପଢ଼ିଲେ ଯାଇ ଗଛମୂଳେ । ଯାହାପରେ ବେଳା ଖରାପ ପଡିଗଲା ହେଡସାରଙ୍କର । ଗୋଷ୍ଠି ମହିଳାଙ୍କୁ ଠକିବା ମହଙ୍ଗା ପଡିଗଲା ହେଡସାରଙ୍କୁ ।

ହଁ ଆଜ୍ଞା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଟଙ୍କା ଚଳୁ କରିଦେଇଛନ୍ତି ହେଡସାର୍ । ପ୍ରାପ୍ୟ ଟଙ୍କା ନପାଇବାରୁ ସ୍କୁଲ ଗେଟରେ ତାଲା ପକାଇଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଯେଉଁଥିପାଇଁ ଏ ଅସହ୍ୟ ତାତିରେ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ର ଛାତ୍ରୀ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ସାନନଈ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଦୀର୍ଘ ୬ ମାସ ପୂର୍ବରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ସେହି ବିଦ୍ୟାଳୟରେ ଝାଡୁ କାମ କରିବା ସହ ରାତ୍ର ଜଗୁଆଳି କାମ କରୁଥିଲେ। ସରକାର ତାଙ୍କ ର ମାସିକ ପ୍ରାପ୍ୟ ଦେଉଥିବାବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ସେମାନଙ୍କୁ ତାଙ୍କ ମାସିକ ଦରମା ନ ଦେଇ ନିଜେ ଚଳୁ କରି ନେଉଥିଲେ। ତତସହିତ ଅଭିଯୋଗ ଅନୁଯାୟୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା, ସ୍କୁଲ ୟୁନିଫର୍ମ ଟଙ୍କା ଷ୍ଟାଇପେଣ୍ଡ୍ ଟଙ୍କା,ପିଲା ଙ୍କୁ ସାଇକେଲ ଅନୁଦାନ ଟଙ୍କାକୁ ମଧ୍ୟ ପୂର୍ବରୁ ହଡ଼ପ କରିନେଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

ପ୍ରଧାନ ଶିକ୍ଷକ ସୁନରାମ୍ ମାରାଣ୍ଡି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏକ ମିଛ ଚେକ୍ ଦେଇଥିଲେ । ଯେଉଁ ଆକାଉଣ୍ଟରେ ମୂଳରୁ ଟଙ୍କା ନଥିଲା, ତେଣୁ ଦୀର୍ଘ ମାସ ହୋଇଯାଇଥିଲେ ମଧ୍ୟ ସେ ଟଙ୍କା ଦେବାର ନା ଧରୁନଥିବାରୁ ଦୁଇଦିନ ହେବ ସ୍କୁଲ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ। ସେପଟେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପୋଲିସ୍ ଥାନାକୁ ଉଠାଇ ନେଇଥିବା ବେଳେ ଟଙ୍କା ନପାଇବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲରେ ତାଲା ପକାଇ ରଖିବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ କହିଥିବା ବେଳେ ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯଶୀପୁର ବ୍ଲକ୍ ଶିକ୍ଷାଧିକାରୀ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.