ଜଗତସିଂହପୁର ପ୍ରସିଦ୍ଧ ଭାଗବତ ମେଳଣ, ଶୋଭାଯାତ୍ରାରେ ଦେଖିବାକୁ ମିଳିଲା ୪୦ ରୁ ଉର୍ଦ୍ଧ ବିମାନ

ଗାଁର ସମସ୍ତ ଲୋକ ବହୁତ ଧୁମ୍‌ଧାମ୍‌ରେ ଭାଗବତ ଗୋସେଇଁଙ୍କୁ ପୂଜା କରି ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଗାଁ ରେ ଭାଗବତ ଟୁଙ୍ଗି ଆସ୍ତେ ଆସ୍ତେ ବିଲୁପ୍ତ ହେଉଥିବା ବେଳେ, ଆଜିର ଯୁବକ ମାନେ ଏହି ପରମ୍ପରାକୁ ଆଗକୁ ନେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ତେବେ ଏହା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଵିଓଂଲ ଗ୍ରାମରେ ।

କାହିଁ କେତେ କାଳରୁ ଗାଁ ମାନଙ୍କରେ ଭାଗବତ ଟୁଙ୍ଗି ପୂଜା ହୋଇ ଆସୁଛି । ଏହି ଦିନ ଗାଁର ସମସ୍ତ ଲୋକ ବହୁତ ଧୁମ୍‌ଧାମ୍‌ରେ ଭାଗବତ ଗୋସେଇଁଙ୍କୁ ପୂଜା କରି ଆସିଥାନ୍ତି । କିନ୍ତୁ ବର୍ତ୍ତମାନ ଗାଁ ରେ ଭାଗବତ ଟୁଙ୍ଗି ଆସ୍ତେ ଆସ୍ତେ ବିଲୁପ୍ତ ହେଉଥିବା ବେଳେ, ଆଜିର ଯୁବକ ମାନେ ଏହି ପରମ୍ପରାକୁ ଆଗକୁ ନେଇ ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି । ତେବେ ଏହା ଦେଖିବାକୁ ମିଳିଛି ଜଗତସିଂହପୁର ଜ଼ିଲ୍ଲାର ସଦର ବ୍ଲକ ଵିଓଂଲ ଗ୍ରାମରେ । ତେବେ ଚୈତ୍ର ପୂର୍ଣ୍ଣମୀରେ ପ୍ରଭୁ ଗତେଶ୍ବର ମହାଦେବଙ୍କ ମନ୍ଦିରରେ ୩୦୦ ବର୍ଷର ପୁରାତନ ପ୍ରସିଦ୍ଧ ଭାଗବତ ମେଳଣ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।

 

ଏହି ମେଲଣ ବାଜା ବାଣ ,ରୋଷଣୀରେ କମ୍ପୁଛି ଗାଁ ଦIଣ୍ଡ । ଏହି ଉତ୍ସବ ଚୈତ୍ର ମାସ ପୂର୍ଣ୍ଣମୀ ପୂର୍ବଦିନ ଚତୁର୍ଦ୍ଦଶୀ ରାତ୍ରରୁ ଅନୁଷ୍ଠିତ ହୋଇଥାଏ ଏବଂ ଭାଗବତ ଗାଦିରୁ ବିମାନ ଆସି ପୂଜା କରାଯାଇଥାଏ । ତେବେ ଭାଗବତ ଗୋସେଇଁଙ୍କର ପୂର୍ଣ୍ଣମୀ ଦିନ ଏହି ମେଳଣ ହୋଇଥାଏ । ଏହା ସହ ଏହି ଦିନ ଆଖପାଖ ଗ୍ରାମର ଭାଗବତ ଗାଦିମାନଙ୍କରୁ ଭାଗବତ ଗୋସେଇଁ ମାନଙ୍କ ସୁସଜିତ ବିମାନରେ ଅଣାଯାଇଥାଏ । ଏହା ପରେ ଵିଓଂଲ ଗ୍ରାମ ମୁଣ୍ଡରୁ ବାଜା, ବାଣ ,ରୋଷଣୀ ,ଘଣ୍ଟ ଘଣ୍ଟା ମାଦଳରେ ମେଲଣ ପଡିଆକୁ ଠାକୁରଙ୍କୁ ଅଣାଯାଇଥାଏ । ତେବେ ସେହି ଦିନ ଆଖପାଖର ଅନେକ ଗ୍ରାମମାନଙ୍କରୁ ବିମାନ ଆସିଥାଏ । ପ୍ରାୟ ୪୦ ରୁ ଉର୍ଦ୍ଧ ବିମାନ ଶୋଭାଯାତ୍ରାରେ ଆସି ମେଲଣ ପଡିଆରେ ବସି ଥାଏ ।

ଦିନ ତମାମ ଏଠାରେ ପୂଜା କରାଯାଇଥାଏ । ଏହାପରେ ସନ୍ଧ୍ୟାରେ ଥାନପତି ଗତେଶ୍ବର ମହାଦେବଙ୍କ ପକ୍ଷରୁ ଭୋଗ ହାଣ୍ଡି ପ୍ରଦାନ କରାଯIଇଥାଏ । ପରେ ସବୁ ବିମାନ ଥାନପତି ଗତେଶ୍ବର ମହାଦେବଙ୍କ ବିମାନ ସହିତ ହରିହର ଭେଟ ହେବା ପରେ ସମସ୍ତେ ନିଜ ନିଜ ଗାଦିକୁ ଫେରନ୍ତି । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିବା ସହିତ ମନ୍ଦିର ପକ୍ଷରୁ ସମସ୍ତ ବ୍ୟବସ୍ତା କରାଯାଇଥାଏ । ଏହି ଭାଗବତ ପରମ୍ପରା ବୁଡି ଯାଉଥିବା ବେଳେ ଆଜିର ଯୁବ ସମାଜ ଏହାକୁ ବଞ୍ଚାଇ ରଖିଛନ୍ତି । ଏହା ସମସ୍ତଙ୍କ ପାଇଁ ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.