ମୁଁ ଗୀତା ଛୁଇଁ ଶପଥ କରି କହୁଛି…କୋର୍ଟରେ ଗୀତା ଛୁଇଁ ଶପଥ କରିବାର ପ୍ରଥା କେବେ ଆରମ୍ଭ ହେଲା?

ଅଦାଲତରେ ଯେତେବେଳେ ବି କିଏ ସାକ୍ଷୀ ଦେବାକୁ ଆସେ ସେତେବେଳେ ତାଙ୍କୁ ଏକ ପୁସ୍ତକ ବା ବହି ଉପରେ ହାତ ରଖି ଶପଥ ନିଆଯାଏ । କିନ୍ତୁ କେବେ ଆପଣଙ୍କ ମନରେ ଆସିଛି ଏପରି କାହିଁକି କରାଯାଏ । କାହିଁକି ଆଉ କିଏ ଏହି ପ୍ରଥାକୁ ଆରମ୍ଭ କରିଥିଲେ । କଣ ଏବେବି ଚାଲୁଛି ଏହି ପ୍ରଥା ।

ଆପଣ ପ୍ରାୟତଃ ଫିଲ୍ମରେ ଦେଖିଥିବେ ଅଦାଲତରେ ଯେତେବେଳେ ବି କିଏ ସାକ୍ଷୀ ଦେବାକୁ ଆସେ ସେତେବେଳେ ତାଙ୍କୁ ଏକ ପୁସ୍ତକ ବା ବହି ଉପରେ ହାତ ରଖି ଶପଥ ନିଆଯାଏ । କିନ୍ତୁ କେବେ ଆପଣଙ୍କ ମନରେ ଆସିଛି ଏପରି କାହିଁକି କରାଯାଏ । କାହିଁକି ଆଉ କିଏ ଏହି ପ୍ରଥାକୁ ଆରମ୍ଭ କରିଥିଲେ । କଣ ଏବେବି ଚାଲୁଛି ଏହି ପ୍ରଥା । ଆସନ୍ତୁ ଜାଣିବା ଏହା ବିଷୟରେ ।

ଭାରତରେ ମୋଗଲ ଏବଂ ଅନ୍ୟ ଶାସକଙ୍କ ରାଜ୍ୟରେ ଧାର୍ମିକ ପୁସ୍ତକ ଉପରେ ହାତ ରଖି ଶପଥ ନେବାର ପ୍ରଥା ଆରମ୍ଭ ହୋଇଥିଲା । ସେହି ସମୟରେ ଏହା ଏକ ଦରବାରୀ ପ୍ରଥା ଥିଲା । ଏଥିପାଇଁ କୌଣସି ବି ଆଇନ୍‌ ନଥିଲା । ଏହାପରେ ଯେତେବେଳେ ଇଂରେଜ ମାନଙ୍କର ଶାସନ ଆସିଲା ସେତେବେଳେ ଏହାକୁ ଏକ ଆଇନଗତ ନିୟମ କରାଇ ଦିଆଗଲା । ଇଂରେଜମାନେ ଏହାକୁ ଇଣ୍ଡିଆନ୍‌ ଓଥ୍‌ ଆକ୍ଟ, ୧୮୭୩ ପାସ୍‌ କଲେ । ଏବଂ ସମସ୍ତ ଅଦାଲତରେ ଏହାକୁ ଲାଗୁ କରିଦେଇଥିଲେ ।

ଭାରତରେ ଗୀତା ଛୁଇଁ ଶପଥ କରିବା ପ୍ରଥା ୧୯୬୯ରେ ଶେଷ କରିଦିଆଗଲା । ଯେତେବେଳେ ଲ କମିଶନ ନିଜ ୧୮ତମ ରିପୋର୍ଟ ଦାଖଲ କଲେ ସେତେବେଳେ ଦେଶରେ ଭାରତୀୟ ଓଥ୍‌ ଅଧିନିୟମ, ୧୮୭୩ରେ ସୁଧାର ଆଣିବାକୁ ପରାମର୍ଶ ଦେଲେ ଏବଂ ଏହା ସ୍ଥାନରେ ଓଥ୍ସ ଆକ୍ଟ, ୧୯୬୯ ପାସ୍‌ କରିଦେଇଥିଲେ । ଏହିଭଳି ଭାବେ ଦେଶରେ ଏହାପରେ ଏକ ସମାନ ସପଥ ଆଇନ୍‌ ଲାଗୁ କରିଦିଆଗଲା ।

ଏହି ଆଇନ୍‌ ପାସ୍‌ ହେବା ପରଠାରୁ ଭାରତର ଅଦାଲତରେ ଶପଥ ନେବାର ପ୍ରଥା ସ୍ୱରୂପରେ ପରିବର୍ତ୍ତନ କରାଗଲା ଏବଂ ବର୍ତ୍ତମାନ ଶପଥ କେବଳ ଏକ ସର୍ବଶକ୍ତିମାନ ଭଗବାନଙ୍କ ନାମରେ ଦିଆଯାଉଛି । ସ୍ପଷ୍ଟ ଭାବେ କହିବୁ ତ ହିନ୍ଦୁ, ମୁସଲିମ, ସିଖ୍‌, ପାରସୀ ଏବଂ ଖ୍ରୀଷ୍ଟିଆନଙ୍କ ପାଇଁ ଏବେ ଆଉ ଅଲଗା ଅଲଗା ବହି ଏବଂ ଶପଥକୁ ବନ୍ଦ କରିଦିଆଯାଇଛି ।

ଏବେ କେମିତି ହେଉଛି ଶପଥ?

ବର୍ତ୍ତମାନ ଭାରତୀୟ ଅଦାଲତରେ କିଛି ଏପରି କୁହାଯାଇ ଶପଥ କରାଯାଉଛି, ଯାହା, “I do swear in the name of God/solemnly affirm that what I shall state shall be the truth, the whole truth and nothing but the truth”. । ଯାହାର ଅର୍ଥ ‘‘ମୁଁ ଇଶ୍ୱରଙ୍କ ନାମ ନେଇ ଶପଥ କରୁଛି, ଯାହା ମୁଁ କହିବି ତାହା ସତ୍ୟ, ସମ୍ପୂର୍ଣ୍ଣ ସତ୍ୟ ଏବଂ ସତ୍ୟ ଛଡା କିଛି ବି କହିବିନାହିଁ ।’’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.