Below header

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ, ମାରଣାସ୍ତ୍ର ଧରି କଲେ ଆକ୍ରମଣ

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । ଆଜି ସଂଧ୍ୟା ୫ଟା ରେ ୨ ଜଣ ଯୁବକ ମାରଣାସ୍ତ୍ର ସହ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଧସେଇ ପସିଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ମାଡ଼ ମାରିବା ସହ ବ୍ୟାପକ ଭଙ୍ଗରୁଜା କରିଛନ୍ତି ।

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । ଆଜି ସଂଧ୍ୟା ୫ଟା ରେ ୨ ଜଣ ଯୁବକ ମାରଣାସ୍ତ୍ର ସହ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଧସେଇ ପସିଥିଲେ । ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ମାଡ଼ ମାରିବା ସହ ବ୍ୟାପକ ଭଙ୍ଗରୁଜା କରିଛନ୍ତି । ଅଫିସ ଆସବାବପତ୍ର, କମ୍ପୁଟର, ଲ୍ୟାପଟପ, ପ୍ରିଣ୍ଟର ଓ ଟିଭି ଭାଙ୍ଗିଛି । ଅଫିସରଙ୍କ ମୋବାଇଲ ଫୋନକୁ ମଧ୍ୟ ଦୁର୍ବୃତ୍ତ ଭାଙ୍ଗିଛନ୍ତି । ସିସିଟିଭି ଫୁଟେଜରେ ଘଟଣାର ପୂରା ଦୃଶ୍ୟ କଏଦ ହୋଇଛି । ୨ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଛି । ଉଭୟଙ୍କୁ ଧରିବାକୁ ନନ୍ଦନକାନନ ପୋଲିସର ଉଦ୍ୟମ ଜାରି ରହିଛି। ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.