Below header

କଂଗ୍ରେସକୁ ଝଟକା, ପଦରୁ ଇସ୍ତଫା ଦେଲେ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲି

ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି । ସେ ଆଜି ତାଙ୍କ ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି । ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଦୀପକ ବାବରିଆ ବାରମ୍ବାର ତାଙ୍କ କାମରେ ହସ୍ତକ୍ଷେପ କରିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି ।

ଲୋକସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରବିନ୍ଦର ସିଂ ଲଭଲି ପଦରୁ ଇସ୍ତଫା ଦେଇଛନ୍ତି । ସେ ଆଜି ତାଙ୍କ ଇସ୍ତଫା ପତ୍ର ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ପଠାଇଛନ୍ତି । ଦଳର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ଦୀପକ ବାବରିଆ ବାରମ୍ବାର ତାଙ୍କ କାମରେ ହସ୍ତକ୍ଷେପ କରିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଏହାସହିତ ପାର୍ଟି ଦିଲ୍ଲୀରେ ଆପ୍‌ ସହିତ ମେଣ୍ଟ କରିବାକୁ ନିର୍ଣ୍ଣୟ ନେଇଥିବାରୁ ଇସ୍ତଫା ଦେଇଥିବା ଜଣାପଡିଛି ।

ଇସ୍ତଫା ପତ୍ରରେ ଅରବିନ୍ଦର ସିଂ ଲଭଲି କହିଛନ୍ତି, ମୋତେ ଏବେ ପଙ୍ଗୁ ଭଳି ଅନୁଭବ ହେଉଛି ଏବଂ ଆଗକୁ ଦିଲ୍ଲୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ପାଦନ କରିବାରେ ମୁଁ ଅସମର୍ଥ । ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ବିରୁଦ୍ଧରେ ଏକାଧିକ ଅଭିଯୋଗ ଉଠାଇ ଆପ୍ ଗଠନ ହୋଇଥିଲା, ସେହି ଦଳ ସହ କଂଗ୍ରେସ କିପରି ଗଠବନ୍ଧନ କରିପାରିବ ?

ଦିଲ୍ଲୀ କଂଗ୍ରେସ ସେହି ଦଳ ସହ ଗଠବନ୍ଧନ ବିରୁଦ୍ଧରେ ଥିଲା, ଯେଉଁ ଦଳ କଂଗ୍ରେସ ବିରୋଧରେ ଭ୍ରଷ୍ଟାଚାରର ମିଥ୍ୟା ଏବଂ ମନଗଢା ଅଭିଯୋଗ ଆଧାରରେ ଗଠିତ ହୋଇଥିଲା । ଏହା ସତ୍ତ୍ୱେ ଦଳ ଦିଲ୍ଲୀରେ AAP ସହିତ ମେଣ୍ଟ କରିବାକୁ ନିଷ୍ପତ୍ତି ନେଇଛି ।

ଦିଲ୍ଲୀରେ ଦୁଇଟି ସିଟ୍‌ରେ କହ୍ନେୟା କୁମାର ଏବଂ ଉଦିତ ରାଜକୁ ନେଇ ଅରବିନ୍ଦର ସିଂ ନାରାଜ ଥିଲେ । ସେ କହିଛନ୍ତି. ପ୍ରାର୍ଥୀ ଚୟନ ଏବଂ ଘୋଷଣା ପୂର୍ବରୁ କୌଣସି ପ୍ରକାରର ସୂଚନା ଦିଆଯାଇନଥିଲା । ଦିଲ୍ଲୀରେ କଂଗ୍ରେସ ପ୍ରବକ୍ତା ନିଯୁକ୍ତିକୁ ରୋକା ଯାଇଥିଲା । ଏମିତି ଅନେକ କିଛି କାରଣ ରହିଛି, ଯେଉଁଥି ପାଇଁ କଂଗ୍ରେସରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.