Below header

ଦୀର୍ଘ ୪୦ ବର୍ଷ ହେଲା ବଞ୍ଚାଇ ରଖିଛି ବମ୍ବେ ଚକୋଲେଟ୍‌

ଏହି ବମ୍ବେ ଚକଲେଟ ଚିନି ଆଉ ଅନ୍ୟାନ୍ୟ କେତେଗୁଡିଏ ଜିନିଷ ମିଶି ତିଆରି ହୁଏ l ବମ୍ବେ ଚକଲେଟ ବିକାଳି ଏହିଥିରୁ ଯାହା ଲାଭପାଏ ସେଥିରେ ପରିବାର ପ୍ରତିପୋଷଣ ହୁଅନ୍ତି l ଏତେ ବଡ଼ ବାଉଁଶରେ ଗୋଟିଏ ବଡ଼ ଗୋଲ ଟିଣ ହାଣ୍ଡି ତଳ ପାଖ କଣା ହୋଇ ଥାଏ l ଆଉ ସେହି ହାଣ୍ଡି ଭିତରେ ଥାଏ ବମ୍ବେ ଚକଲେଟ l ଏହି ବମ୍ବେ ଚକଲେଟ ହାଣ୍ଡି କୁ କାନ୍ଧରେ ବୋହି ବୋହି ବୁଲି ବୁଲି ଏହି ବିକାଳୀ ଜଣଙ୍କ ବିକ୍ରି କରନ୍ତି l

ଭୁବନେଶ୍ୱର(କେନ୍ୟୁଜ୍‌): ଗାଁ ଦାଣ୍ଡରେ ଯେତେବେଳେ ଘଣ୍ଟି ବାଜେ ଜଣା ପଡେ ବୋଧହୁଏ କୌଣସି ବିକାଳି ଆସିଛି l ଆମେ ଆମ ଛୁଆ ବେଳ ସମୟର କଥା କହିବା l ସେତେବେଳେ ପ୍ରାୟ ଅନେକ ବିକାଳି ଯାହା ଜିନିଷ ବିକ୍ରି କରିବାକୁ ଆଣନ୍ତି ଗାଁ ଦାଣ୍ଡକୁ ପ୍ରାୟ ଘଣ୍ଟି ବଜାନ୍ତି l ସେହି ଘଣ୍ଟି ଶବ୍ଦକୁ ଛୁଆ ସବୁ ଅପେକ୍ଷା କରି ରହିଥାନ୍ତି l ଆମେ ସମସ୍ତେ ଯେତେବେଳେ ସେ ଘଣ୍ଟି ଶବ୍ଦ ଶୁଣନ୍ତି ଆମ ମନ ଅଥୟ ହୁଏ l କିଏ ବାପାଙ୍କ ପକେଟରୁ ତ କିଏ କେଉଁଠୁ ଦି / ପାଞ୍ଚ ଟଙ୍କା ଧରି ଦଉଡି ଯାଆନ୍ତି ବମ୍ବେ ଚକଲେଟ ବିକାଳି ନିକଟକୁ କିଣିବା ପାଇଁ l

ସେ ବମ୍ବେ ଚକଲେଟ ପାଖରେ ପହଞ୍ଚି ଗଲେ ସଙ୍ଗେ ସଙ୍ଗେ ନାଲି ଧଳା ପ୍ଲାଷ୍ଟିକ ଭଳି ଚକଲେଟ ଟାଣି ଆଣି ସେଥିରୁ ବିଭିନ୍ନ ଚଢେଇ, ବତକ, କୁକୁଡ଼ା, ସୂର୍ଯ୍ୟ ମୁଖି ଫୁଲ ଇତ୍ୟାଦି ତିଆରି କରି ସମସ୍ତଙ୍କ ହାତରେ ଧରାଇ ଦିଅନ୍ତି l ସେହି ଚକୋଲେଟ୍‌ ପାଇଁ ଛୁଆ ସବୁ ଖୁସି ହୋଇଯାଆନ୍ତି l ଏବଂ ତାର ବମ୍ବେ ଚକଲେଟ ତ ଯୁଗେ ଯୁଗେ ସମସ୍ତଙ୍କୁ ଆକୃଷ୍ଟ କରି ଆସିଛି l ଦୀର୍ଘ ବର୍ଷ ହେଲାଣି ଆମେ ଏ ହି ବ୍ୟକ୍ତିଙ୍କୁ ବିଭିନ୍ନ ଯାନିଯାତ୍ରାରେ ବମ୍ବେ ଚକୋଲେଟ ବିକ୍ରି କରୁଥିବାର ଦେଖି ଆସୁଛି । ଏଇ ନିକଟରେ ରୁକୁଣା ରଥଯାତ୍ରା ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା ସେହି ଗହଳି ଭିତରେ । ତେବେ ଯେଉଁ ଲୋକଟି ବମ୍ବେ ଚକଲେଟ ବିକିବାକୁ ଆସନ୍ତି ଆମେ ସେହି ଲୋକଟି କଥା ଭାବି ଛନ୍ତି କି l ସେ ଲୋକଟି କେମିତି ବଞ୍ଚନ୍ତି l ଏହି ଚକଲେଟ କେଉଁଠୁ ଆଣୁଛନ୍ତି l ବିକାଳିଙ୍କ ପରିବାର କେମିତି ଚଳେ l

ତେବେ ଏହି ବମ୍ବେ ଚକଲେଟ ବିକାଳି ଜଣକ ହେଉଛନ୍ତି ମାଧାର୍‌ ଚୌଧୁରୀ । ଦୀର୍ଘ ପାଇଁ ୪୦ ବର୍ଷ ହେଲାଣି ବମ୍ବେ ଚକଲେଟ ବିକ୍ରି କରିବାକୁ ବିହାର ଛତିଶଗଡ ରୁ ଓଡ଼ିଶା ଆସିଥିଲେ l ସେହି ଦିନଠାରୁ ଆଜି ଯାଏ ହେଲାଣି ଏହି ବୟସ୍କ ବ୍ୟକ୍ତି ଚକଲେଟ ବିକ୍ରି କରିଆସୁଛନ୍ତି l ଏହି ଚକଲେଟ ପ୍ରଥମେ ଆରମ୍ଭ ହୋଇଥିଲା ଦୁଇ ପଇସା, ଦଶ ପଇସା କୋଡିଏ ପଇସାରୁ ଆଜି ଆସି ୧୦୦ ଟଙ୍କାରେ ପହଞ୍ଚିଲାଣି l

ଏହି ବମ୍ବେ ଚକଲେଟ ଚିନି ଆଉ ଅନ୍ୟାନ୍ୟ କେତେଗୁଡିଏ ଜିନିଷ ମିଶି ତିଆରି ହୁଏ l ବମ୍ବେ ଚକଲେଟ ବିକାଳି ଏହିଥିରୁ ଯାହା ଲାଭପାଏ ସେଥିରେ ପରିବାର ପ୍ରତିପୋଷଣ ହୁଅନ୍ତି l ଏତେ ବଡ଼ ବାଉଁଶରେ ଗୋଟିଏ ବଡ଼ ଗୋଲ ଟିଣ ହାଣ୍ଡି ତଳ ପାଖ କଣା ହୋଇ ଥାଏ l ଆଉ ସେହି ହାଣ୍ଡି ଭିତରେ ଥାଏ ବମ୍ବେ ଚକଲେଟ l ଏହି ବମ୍ବେ ଚକଲେଟ ହାଣ୍ଡି କୁ କାନ୍ଧରେ ବୋହି ବୋହି ବୁଲି ବୁଲି ଏହି ବିକାଳୀ ଜଣଙ୍କ ବିକ୍ରି କରନ୍ତି l ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ,ଏତେ ବଡ଼ ଟିଣ ହାଣ୍ଡି ସହିତ ମୋଟା ବାଉଁଶ ଓଜନ ସମ୍ଭାଳି କାନ୍ଧରେ ବୋହିବା ସହଜ କଥା ନୁହେଁ l କିନ୍ତୁ ସେ ବୋହି ଚାଲେ ନିଜ ପେଟ ଚାଖଣ୍ଡକ ଓ ପରିବାର ଚଳିବା ପାଇଁ l

ଆଉ ଗୋଟିଏ କଥା ହେଉଛି ପେଷା ଭାବରେ ଆଜିଯାଏ ଏହି ଜୀବିକାକୁ ଆପଣେଇ ନେଇଛନ୍ତି l ଏହି ବ୍ୟକ୍ତି ଜଣଙ୍କୁ ଛାଡିଲେ ଆଉ ପ୍ରାୟ କାଁ ଭାଁ ଲୋକ ବମ୍ବେ ଚକଲେଟ ବିକ୍ରି କରନ୍ତି l ଏସବୁ ସହରରେ ଯେତେବେଳେ କୋଣସି ଜାନି ଜାତ ହୁଏ ସେତେବେଳେ ହିଁ ଦେଖିବାକୁ ଏମାନଙ୍କୁ l ଏହାର ଚାହିଦା ଏବେ ଏତେ ନଥିବାରୁ ପ୍ରାୟ ବିକ୍ରି କରିବାକୁ ଲୋକ ଚିନ୍ତା କରନ୍ତି l ତେବେ ଆଜିର ସମୟରେ ବମ୍ବେ ଚକଲେଟ ପ୍ରାୟ ଲୋପ ପାଇବାକୁ ବସିଲାଣି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.