Below header

ତାତିରୁ ମିଳିବ ନିସ୍ତାର : କାଲିଠୁ ତାଣ୍ଡବ ରଚିବ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ ବର୍ଷା

୬ ତାରିଖରୁ ତାଣ୍ଡବ ରଚିବ କାଳବୈଶାଖୀ । ଘଡ଼ଘଡ଼ି ସହ ବର୍ଷା ହେବ । ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ । ୭ ତାରିଖରେ ବର୍ଷାର ବିସ୍ତୃତି ବଢିବା ସହ କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହି ଛି। ୫ଦିନ ଝଡ଼ତୋଫାନ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ୭ ଜିଲ୍ଲା ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରକୁ ସତର୍କ ସୂଚନା ଜାରି କରିଛନ୍ତି SRC ।

ଭୁବନେଶ୍ୱର (କେନ୍ୟୁଜ): ୬ ତାରିଖରୁ ତାଣ୍ଡବ ରଚିବ କାଳବୈଶାଖୀ । ଘଡ଼ଘଡ଼ି ସହ ବର୍ଷା ହେବ ।  ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ।  ୭ ତାରିଖରେ ବର୍ଷାର ବିସ୍ତୃତି ବଢିବା ସହ କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହି ଛି ।  ୫ଦିନ ଝଡ଼ତୋଫାନ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି ।  ୭ ଜିଲ୍ଲା ଗଞ୍ଜାମ, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବରକୁ ସତର୍କ ସୂଚନା ଜାରି କରିଛନ୍ତି SRC । ଆଗାମୀ ୨ଦିନ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ  ।

ଦୁଇଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ନେଇ କୌଣସି ଚେତାବନୀ ନାହିଁ । କିଛି କିଛି ସ୍ଥାନର ତାପମାତ୍ରା ସର୍ବାଧିକ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ୬ ତାରିଖ ପରଠାରୁ ଦିନର ତାପମାତ୍ରା ୩ରୁ ୫ ଡିଗ୍ରୀ ହ୍ରାସ ପାଇବ ।  ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟରେ ପ୍ରବେଶ ହେଉଥିବା ବାୟୁ ଧୀରେ ଧୀରେ ଦୁର୍ବଳ ହେଉଛି ।  ବଙ୍ଗୋପସାଗରରୁ ଆସୁଥିବା ବାୟୁ ପ୍ରବାହ ସକ୍ରିୟ ରହିଛି ।  ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ଯୋଗୁଁ ୬ରୁ ୮ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.