୬ ଘଣ୍ଟା ଧରି ଗାଁରେ ଅଟକ ରହିଲେ କଲେକସନ୍ ପାଇଁ ଆସିଥିବା ଫାଇନାନ୍ସ କର୍ମଚାରୀ
ମାଗିବାକୁ ଆସିଥିଲେ ଟଙ୍କା, କିନ୍ତୁ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଲେ ଦିନ ଅଢ଼େଇ ଟାରୁ ରାତି ଯାଏଁ । କିସ୍ତି ଟଙ୍କା କଲେକସନ୍ ପାଇଁ ଆସିଥିବା ଏ ଯୁବକଙ୍କୁ ଅଟକ ରଖି ବିଏମକୁ ଡାକ ବୋଲି କହିଲେ ଗାଁ ଲୋକେ । ଫଳରେ ନିଜ କମ୍ପାନୀର ଉପରିସ୍ଥ ସାର ଆସିବା ପର୍ଯ୍ୟନ୍ତ ଅଟକ ରହିଲେ କର୍ମଚାରୀ ।

ନୀଳଗିରି (କେନ୍ୟୁଜ) : ଟଙ୍କା ମାଗିବାକୁ ଆସି ହଟହଟା ହେଲେ ଫାଇନାନ୍ସ କର୍ମଚାରୀ…୬ ଘଣ୍ଟା ଧରି ଗାଁରେ ଅଟକ ରହିଲେ କଲେକସନ୍ ପାଇଁ ଆସିଥିବା କର୍ମଚାରୀ…ଖାତା କ୍ଲୋଜ୍ ହେଇଯାଇଛି ତଥାପି ମାଗିବାକୁ ଆସିଥିଲେ ଟଙ୍କା…ଆଜ୍ଞା ଦେଖନ୍ତୁ ଇଏ ହେଉଛନ୍ତି ଫାଇନାନ୍ସ କର୍ମଚାରୀ । ମାଗିବାକୁ ଆସିଥିଲେ ଟଙ୍କା, କିନ୍ତୁ ଗାଁ ଲୋକଙ୍କ ଦ୍ୱାରା ଅଟକ ରହିଲେ ଦିନ ଅଢ଼େଇ ଟାରୁ ରାତି ଯାଏଁ । କିସ୍ତି ଟଙ୍କା କଲେକସନ୍ ପାଇଁ ଆସିଥିବା ଏ ଯୁବକଙ୍କୁ ଅଟକ ରଖି ବିଏମକୁ ଡାକ ବୋଲି କହିଲେ ଗାଁ ଲୋକେ । ଫଳରେ ନିଜ କମ୍ପାନୀର ଉପରିସ୍ଥ ସାର ଆସିବା ପର୍ଯ୍ୟନ୍ତ ଅଟକ ରହିଲେ କର୍ମଚାରୀ ।
ତାପରେ କଥା ଏତେ ବାଟ ଗଲା ଯେ ଗାଁରେ ପୋଲିସ ଆସି ପହଁଚିଲା । କଥାବାର୍ତ୍ତା ପଚରାପଚରି ଭିତରେ ଜଣାପଡିଲା ଋଣ ନେଇଥିବା ଲୋକ କେବେ ଠାରୁ ଟଙ୍କା ନେଇ ଆକାଉଣ୍ଟ କ୍ଲୋଜ୍ କରିଦେଇଥିଲେ । ତଥାପି ଆହୁରି ଟଙ୍କା ଅଛି କହି ବକେୟା କିସ୍ତି ଟଙ୍କା ତାଙ୍କୁ ମଗାଯାଉଥିଲା । ଏମିତିକି ତାଙ୍କ ଘରକୁ ବି ଆସି ମାଗୁଥିଲେ । କିନ୍ତୁ ସେ ସବୁ ଟଙ୍କା ଦେଇଦେଇଥିବା କହିବା ସହ ମୋବାଇଲରେ ପ୍ରମାଣ ବି ରଖିଛନ୍ତି ।
ନୀଳଗିରି ଥାନା ହାଟସାହି ଗାଁରେ ଘୋରଇ ଫାଇନାନ୍ସ କିସ୍ତି ନେବାକୁ ଆସି ଗାଁ ରେ ୬ ଘଣ୍ଟାଧରି ଅଟକ ରହିଲା ସାଟିନ୍ କମ୍ପାନୀର ଜଣେ କର୍ମଚାରି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେବାରୁ ପୋଲିସ୍ ପହଞ୍ଚି କର୍ମଚାରୀଙ୍କୁ ଉଦ୍ଧାର କରିଥିଲେ।
ସୂଚନା ଯୋଗ୍ୟ କି ହାଟସାହି ଗାଁର ଜୟନ୍ତୀ ପଣ୍ଡିତ ବର୍ଷେ ପୂର୍ବେ ସାର୍ଟିନ କମ୍ପାନୀ ରୁ 45 ହଜାର ଟଙ୍କା ଋଣ ଆଣିଥିଲେ, ପ୍ରତି ମାସ ସୁଝି ସୁଝି ଚାଲିଥିଲା ବେଳେ ଫାଇନାନ୍ସ କର୍ମଚାରୀ ମୃତ୍ୟୁଞ୍ଜୟ ନାୟକ ଏକ କାଳୀନ କିସ୍ତି ସୁଝିବାକୁ କହିଥିଲେ।
କିଛିଦିନ ପରେ ଜୟନ୍ତୀଙ୍କ ପୁଅ ନିର୍ମଳ ପଣ୍ଡିତ ପୋଇସା ସୁଝି ଦେଇଥିବା ବେଳେ ତାଙ୍କ ନାମରେ ପୁଣି ଟଙ୍କା ବାକି ଅଛି କହି କର୍ମଚାରୀ ଜଣକ ୨୧ ହଜାର ଟଙ୍କା ନେଇ ଧରାଛୁଆଁ ଦେଉନଥିଲେ।
ଆଜି ସେହି କମ୍ପାନୀ ର କର୍ମଚାରୀ ଜିତେନ ନାୟକ ଗାଁ କୁ କିସ୍ତି ଟଙ୍କା ମାଗିବାକୁ ଆସିଥିବା ବେଳେ ତାଙ୍କୁ ଗାଁ ଲୋକେ ୬ ଘଣ୍ଟାଧରି ଗାଁରେ ଅଟକ ରଖିଥିଲେ। ଖବର ପାଇ ନୀଳଗିରି ପୋଲିସ୍ ପହଞ୍ଚି କର୍ମଚାରୀ ଜଣକୁ ଉଦ୍ଧାର କରି ଥାନାକୁ ନେଇଥିବା ଦେଖିବାକୁ ମିଳିଛି, ସେପଟେ ନ୍ୟାୟ ପାଇ ପରିବାର ଦାବି କରିଛି।