ହ୍ୱାଟ୍ସଆପ୍ ରେ ଜମାରୁ କରନ୍ତୁ ନାହିଁ ଏହି ଭୁଲ୍, ଦିଲ୍ଲୀର ଏହି ବ୍ୟକ୍ତି ହରାଇଲେ ୧କୋଟି ଟଙ୍କା

ହ୍ୱାଟ୍ସଆପ୍ ବ୍ୟବହାର କରିବା କେତେ ସୁରକ୍ଷିତ ତାହା ଆପଣ କେବେ ଚିନ୍ତା କରିଛନ୍ତି କି । ତେବେ ଆପଣ ଚକିତ ହୋଇଯିବେ କି, ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି ଏହି ହ୍ୱାଟ୍ସଆପ୍ ।

ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ର ଲୋକପ୍ରିୟତା କାହାଠାରୁ ବା ଅଛପା ଅଛି । ସାଙ୍ଗମାନଙ୍କ ସହିତ ଗପସପ କରିବା କିମ୍ବା ଲୋକମାନଙ୍କ ସହିତ କନେକ୍ଟ ରହିବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ, କିନ୍ତୁ ଏହି ମେସେଜିଂ ଆପ୍ ବ୍ୟବହାର କରିବା କେତେ ସୁରକ୍ଷିତ ତାହା ଆପଣ କେବେ ଚିନ୍ତା କରିଛନ୍ତି କି । ତେବେ ଆପଣ ଚକିତ ହୋଇଯିବେ କି, ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ପାଇଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଛି ଏହି ହ୍ୱାଟ୍ସଆପ୍ । କେବଳ ଏତିକି ନୁହେଁ, ଏହି କ୍ଷେତ୍ରରେ ବ୍ୟକ୍ତିଙ୍କୁ କୋଟିଏ ଟଙ୍କା ହରାଇବାକୁ ପଡିଛି । ତେବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହୋଇପାରିଲା । ଏକା ବେଳକେ ପୁଣି ୧ କୋଟି । ତେବେ ଆସନ୍ତୁ ଜାଣିବା ଘଟଣା କଣ?

ଅଭିଯୋଗକାରୀ ବ୍ୟକ୍ତି ଜଣକ ପୋଲିସ୍ ନିକଟରେ କରିଥିବା ଅଭିଯୋଗ ମୁତାବକ, ତାଙ୍କୁ ପ୍ରଥମେ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ ରେ ଆଡ୍ କରାଯାଇଥିଲା । ଏହି ଗ୍ରୁପ୍ ଏକ ଅଫଲାଇନ୍ ଇନଭେଷ୍ଟମେଣ୍ଟ ରିସର୍ଚ୍ଚ ଗ୍ରୁପ୍ ବୋଲି ଦାବି କରିଥିଲା । ପ୍ରାରମ୍ଭରୁ ଏହି ଗ୍ରୁପ୍ ରେ ୧୫୦ ଲୋକ ରହିଥିଲେ । ତେବେ ଏହି ଗ୍ରୁପ୍ ରେ ଷ୍ଟକ୍ ମାର୍କେଟ ଏବଂ ସେୟାର ମାର୍କେଟିଙ୍ଗ ସମ୍ବନ୍ଧୀୟ ଟିପ୍ସ ସେୟାର କରାଯାଇଥାଏ ।

ତେବେ ଏହି ଘଟଣାରେ ଜଣେ ବିରିଷ୍ଠ ପୋଲିସ୍ ଅଧିକାରୀ କହିଛନ୍ତି କି, ଉକ୍ତ ଗ୍ରୁପ୍ ରେ ପ୍ରଥମେ ପୀଡିତଙ୍କ ଭରଷା ଜିତିବା ପରେ, ତାଙ୍କୁ ଷ୍ଟକ୍ ମାର୍କେଟ ଏବଂ ସେୟାର ମାର୍କେଟିଙ୍ଗରେ କିଛି ଇନଭେଷ୍ଟମେଣ୍ଟ ପାଇଁ ଟିପ୍ସ ଦିଆଯାଇଥିଲା । ଏହା ପରେ ପୀଡିତ ଜଣକ ଏକ ବଡ ଧରଣର ଟଙ୍କା ରିଟର୍ଣ୍ଣ ପାଇବା ଲୋଭରେ ମୋଟା ଅଙ୍କର ଟଙ୍କା ଇନଭେଷ୍ଟ କରିଥିଲେ ।

ତେବେ ଯାହା ଜଣାପଡିଛି କି, ବ୍ୟକ୍ତି ଜଣଙ୍କ ଜାନୁଆରୀରେ ପ୍ରଥମେ ୫୦ ହଜାର ଟଙ୍କା ଇନଭେଷ୍ଟ କରିଥିଲେ । କିନ୍ତୁ ଅପରାଧୀ ତାଙ୍କୁ ଆହୁରୀ ଅଧିକ ଟଙ୍କା ଇନଭେଷ୍ଟ କରିବାକୁ ପ୍ରବର୍ତ୍ତାଇ ଥିଲା । ତେବେ ଅପରାଧୀର ଜାଲରେ ଫସି ପୀଡିତ ଜଣକ ଏକ ମୋଟା ଅଙ୍କା ଅର୍ଥ ଇନଭେଷ୍ଟ କରିଦେଲେ । ଯାହା ପରେ ସେହି ଟଙ୍କା ରିଟର୍ଣ୍ଣ ପରଇବା ତାଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇପଡିଲା ।

ସେହି ଟଙ୍କାକୁ ଫେରି ପାଇବା ପାଇଁ ଠକ ଜଣକ ବ୍ୟକ୍ତିକୁ ଆହୁରୀ ଟଙ୍କା ଦେବାକୁ ଡିମାଣ୍ଡ କରିଥିଲା । ଏହାରି ଭିତରେ ଠକ ଜଣକ ପୀଡିତଙ୍କ ଠାରୁ ପ୍ରାୟ ୧ କୋଟି ୧୩ଲକ୍ଷ ଟଙ୍କା ନେଇସାରିଥିଲା । ଏହାପରେ ବ୍ୟକ୍ତି ଜଣଙ୍କ ଜାଣିପାରିଥିଲେ ଯେ ସେ ସାଇବର ଫ୍ରଡ୍ ର ଶୀକାର ହୋଇସାରିଛନ୍ତି ବୋଲି । ଏହାପରେ ସେ ତୁରନ୍ତ ଏନେଇ ପୋଲିସ୍ ନିକଟରେ ଅଭିଯୋଗ କରିବା ସହିତ ପୋଲିସ୍ କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ ।

ତେବେ ପୋଲିସ୍ ତଦନ୍ତରେ ଜାଣିବାକୁ ପାଇଲା କି ପୀଡିତ ଜଣକ ବାରମ୍ବାର ଟଙ୍କା ଇନଭେଷ୍ଟମେଣ୍ଟ କରିଚାଲିଥିଲେ । ଏହି ଖେଳ ପାଖାପାଖି ୫୫ଦିନ ଯାଏ ଜାରି ରହିଥିଲା । ଏହାସହ ପୋଲିସ୍ କହିଛି କି ସମସ୍ତ ଟ୍ରାଜାକ୍ସନ୍ ଅନଲାଇନ୍ ମାଧ୍ୟମରେ କରାଯାଇଛି । ତେବେ ପୀଡିତ ବ୍ୟକ୍ତି ଜଣଙ୍କୁ ତାଙ୍କ ଇନଭେଷ୍ଟମେଣ୍ଟ ପାଇଁ ପାଖାପାଖି ୭ .କେୋଟି ଟଙ୍କା ମିଳିବା ନେଇ ଲୋଭ ଦେଖାଯାଇଥିଲା ।

Leave A Reply

Your email address will not be published.