ପୁରୀ ଲୋକସଭା: ସୁଚରିତାଙ୍କ ସ୍ଥାନରେ ଜୟ ନାରାୟଣଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୁରୀ ଲୋକସଭା ଆସନରୁ ଲଢ଼ିବେ ଜୟନାରାୟଣ ପଟ୍ଟନାୟକ । ଜୟ ନାରାୟଣ ପଟ୍ଟନାୟକ ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଅଛନ୍ତି ।  ଏହା ପୂର୍ବରୁ ସେ ରାଜ୍ୟ କଂଗ୍ରେସର ସଂପାଦକ ଓ ପୁରୀ ଜିଲ୍ଲା କଂଗ୍ରେସର ଉପସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ।

ପୁରୀ (କେନ୍ୟୁଜ): ପୁରୀ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ସୁଚରିତା ମହାନ୍ତି ଟିକେଟ ଫେରାଇ ଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ପୁରୀ ଲୋକସଭା ଆସନରୁ ଲଢ଼ିବେ ଜୟନାରାୟଣ ପଟ୍ଟନାୟକ । ଜୟ ନାରାୟଣ ପଟ୍ଟନାୟକ ଏବେ ପୁରୀ ଜିଲ୍ଲା କଂଗ୍ରେସର ସଭାପତି ଅଛନ୍ତି । ଏହା ପୂର୍ବରୁ ସେ ରାଜ୍ୟ କଂଗ୍ରେସର ସଂପାଦକ ଓ ପୁରୀ ଜିଲ୍ଲା କଂଗ୍ରେସର ଉପସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ । କଂଗ୍ରେସ ସଂଗଠନ ସହ ସେ ପ୍ରାୟ ୩ ଦଶନ୍ଧି ଧରି ସମ୍ପୃକ୍ତ ଅଛନ୍ତି ।

୨୦୧୭ ରେ ସେ ପୁରୀ ବାର ଆସୋସିଏସନର ସମ୍ପାଦକଭାବେ ନିର୍ବାଚିତ ହୋଇଥିଲେ । ତୃତୀୟ ପର୍ଯ୍ୟାୟ ନାମାଙ୍କନ ଚାଲିଥିବା ବେଳେ ଗତକାଲି ଟିକେଟ ଫେରାଇ ଦେଇଥିଲେ ସୁଚରିତା ମହାନ୍ତି । ତାଙ୍କୁ ପାଣ୍ଠି ନମିଳିବା ଏବଂ ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ଥିବା ୭ ବିଧାନସଭା କ୍ଷେତ୍ରରେ ଦୁର୍ବଳ ପ୍ରାର୍ଥୀ ଦେଇଥିବା ଅଭିଯୋଗ କରି ଟିକେଟ ଫେରାଇ ଦେଇଛନ୍ତି ସୁଚରିତା । ଟିକେଟ ଫେରାଇ ଥିବା ସୁଚରିତା ମହାନ୍ତି ନୂଆ ପ୍ରାର୍ଥୀ ଜୟ ନାରାୟଣ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବା ସହ ସଂପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.