Below header

ଗାଧୋଉ ଗାଧୋଉ ମା’ ଆଖି ସାମ୍ନାରେ ବୁଡ଼ିଗଲା ଝିଅ

ଦ୍ୱାରେ ରୁଣ୍ଡ ହୋଇଛନ୍ତି ଲୋକେ । ମୁଣ୍ଡ ବାଡ଼େଇ ଭୋ ଭୋ ହୋଇ କାନ୍ଦୁଛି ମା’। ଖାଲି କହୁଛି ମୋ ଝିଅ କାହାର କି ଦୋଷ କରିଥିଲା । ମୋ ଝିଅକୁ ମୋଠୁ କାହିଁକି ଛଡ଼େଇ ନେଲେ ପ୍ରଭୁ… ମୋ ଝିଅକୁ ମୋତେ ଆଣିଦିଅ । ମା ଜଣକ କାନ୍ଦି କାନ୍ଦି ଚେତା ହରାଉଛନ୍ତି । ଏ ଦୃଶ୍ୟ କ୍ଷଣକ ପାଇଁ ଆପଣ ମାନଙ୍କୁ ସ୍ତବ୍ଧ କରିଦେବ । କାରଣ କାନ୍ଦୁଥିବା ଏହି ମା’ର ଆଜି କୋଳ ଖାଲି ହୋଇଯାଇଛି ।

ଯାଜପୁର : ଦ୍ୱାରେ ରୁଣ୍ଡ ହୋଇଛନ୍ତି ଲୋକେ । ମୁଣ୍ଡ ବାଡ଼େଇ ଭୋ ଭୋ ହୋଇ କାନ୍ଦୁଛି ମା’। ଖାଲି କହୁଛି ମୋ ଝିଅ କାହାର କି ଦୋଷ କରିଥିଲା । ମୋ ଝିଅକୁ ମୋଠୁ କାହିଁକି ଛଡ଼େଇ ନେଲେ ପ୍ରଭୁ… ମୋ ଝିଅକୁ ମୋତେ ଆଣିଦିଅ । ମା ଜଣକ କାନ୍ଦି କାନ୍ଦି ଚେତା ହରାଉଛନ୍ତି । ଏ ଦୃଶ୍ୟ ଦେଖିଲେ କ୍ଷଣକ ପାଇଁ ଆପଣ ମାନଙ୍କୁ ସ୍ତବ୍ଧ କରିଦେବ । କାରଣ କାନ୍ଦୁଥିବା ଏହି ମା’ର ଆଜି କୋଳ ଖାଲି ହୋଇଯାଇଛି । ସେ ତା ୫ ବର୍ଷର ଛୁଆକୁ ହରାଇବାର ଦୁଃଖ ସହ୍ୟ କରିପାରୁନି । ଆଖି ସାମ୍ନାରେ କାଳ ରୂପି ପାଣି ଯେତେବେଳେ ଝିଅକୁ ବୁଡ଼ାଇ ତା ଜୀବନ ନେଇଗଲା । ସେତେବେଳେ ମା ଜଣକ କେବଳ ଛୁଆକୁ ଚାହିଁ ରହିଯାଇଥିଲେ । ହେଲେ ମୃତ୍ୟୁମୁଖରୁ ଝିଅକୁ ବଞ୍ଚାଇ ପାରିବାର କ୍ଷମତା ତାଙ୍କ ପାଖେ ନଥିଲା । ନିମିଷକେ ମଧ୍ୟରେ ନଦୀର ପ୍ରଖର ସ୍ରୋତ ଝିଅକୁ ଭସାଇ ନେଇଥିଲା । ଆଉ ଆଖି ସାମ୍ନାରେ ଝିଅ ଭାସିଯାଉଥିବାର ଦେଖି କିଛି କରି ପାରି ନଥିଲେ ମା ଜଣକ । ତେବେ ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତର ଖରସ୍ରୋତା ନଦୀର ଝରଝରି ଠାକୁରାଣୀ ଘାଟରେ ଘଟିଯାଇଛି ।
ତେବେ ମୃତ ଶିଶୁକନ୍ୟା ଜଣକ କେଡ଼େ ଖୁସିରେ ମାମୁଁ ଘର ଆସିଥିଲେ । ଆଉ ଖରା ଗରମ ସହିନପାରି ମା’ ସହ ଝରଝରି ଠାକୁରାଣୀ ଘାଟକୁ ଗାଧୋଇବାକୁ ଯାଇଥିଲେ । ୫ବର୍ଷର ଏହି ଶିଶୁ କନ୍ୟା ହେଉଛନ୍ତି ସୋନି । ସୋନି ମା ସହ ନଦୀ ତୁଠରେ ଗାଧୋଉଥିଲେ । ହେଲେ ହଠାତ୍‌ ସୋନିଙ୍କ ପାଦ ଖସିଯାଇଥିଲା ଆଉ ସେ ଭାସିଯାଇଥିଲେ । ମା ଝିଅକୁ ଭାସିଯାଉଥିବାର ଦେଖି ଚିତ୍କାର କରିଥିଲେ । ସୋନି ମା’ଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିଥିଲେ । ପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଓ ଡଙ୍ଗା ଚାଳକ ନଦୀରେ ସୋନିଙ୍କୁ ବହୁତ୍‌ ଖୋଜାଖୋଜି କରିଥିଲେ । ଦୀର୍ଘ ସମୟ ଧରି ବହୁ ଖୋଜା ଖୋଜି କରି ସୋନିଙ୍କୁ ପାଇବା ପରେ ନିକଟସ୍ଥ ମେଡିକାଲକୁ ନେଇଯାଇଥିଲେ । ହେଲେ ବଡ଼ ଦୁଃଖର କଥା ସେଠାରେ ଡାକ୍ତର ଏହି ଶିଶୁଟିକୁ ମୃତ ଘୋଷଣା କରିଥିଲେ । ସୋନିଙ୍କ ମୃତ୍ୟୁ ପରେ ପରିବାରରେ ଖେଳିଯାଇଛି ଶୋକର ଛାୟା ଏନେଇ ବିଞ୍ଝାରପୁର ପୋଲିସ ମୃତ ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଆରମ୍ଭ କରିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.