Below header

ମାମୁଁ ଘରକୁ ଆସି ଭାଣିଜୀ ମୃତ, ଗାଧୋଇବାକୁ ଯାଇ ନଦୀରେ ବୁଡିଗଲେ

ମାମୁଁ ଘରକୁ ଆସି ଭାଣିଜୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ ।

ଯାଜପୁର ଟାଉନ : ମାମୁଁ ଘରକୁ ଆସି ଭାଣିଜୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଜରି ପଞ୍ଚାୟତରେ । ମୃତ ଭାଣିଜୀ  ହେଲେ ଆଳି ବ୍ଲକ ବାଳକାଟି ଗାଁର ୫ ବର୍ଷର ଶିଶୁ କନ୍ୟା ସୋନି । ସୂଚନା ମୁତାବକ, ସୋନି ନିଜ ମାମୁଁ ଘରକୁ ଆସିଥିବା ବେଳେ ପରିବାର ବର୍ଗଙ୍କ ସହ ଖରସ୍ରୋତା ନଦୀର ଝରଝରି ଠାକୁରାଣୀ ଘାଟକୁ ଗାଧୋଇବାକୁ ଯାଇଥିଲେ ।
ଗାଧୋଇବା ସମୟରେ କୌଣସି କାରଣରୁ ନଦୀରେ ବୁଡି ଯାଇଥିଲେ ସୋନି । ତୁରନ୍ତ ପରିବାରବର୍ଗ ଓ ସ୍ଥାନୀୟ ଗ୍ରାମବାସୀ ନଦୀ ଭିତରେ ଖୋଜିବା ଆରମ୍ଭ କରିଥିଲେ । ଦୀର୍ଘ ସମୟ ପରେ ସୋନିଙ୍କୁ ନଦୀରୁ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବିଞ୍ଝାରପୁର ପୋଲିସ ମୃତ ଶରୀରକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଆରମ୍ଭ କରିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.