କାଲି ଡିଏସପିଙ୍କୁ ଗାଡି ଚଢାଇ ମାରିଥିଲେ ଆଜି ପୋଲିସ ସବଇନ୍ସପେକ୍ଟରଙ୍କ ଉପରେ ଗାଡି ଚଢାଇ ମାରିଦେଲେ ଦୁର୍ବୃତ୍ତ

ପ୍ରଥମେ ହରିୟାଣା ଆଉଏବେ ଝାଡ଼ଖଣ୍ଡର ରାଞ୍ଚିରେ ହରିୟାଣା ଘଟଣାର ପୁନରାବୃତ୍ତି ହୋଇଛି। ମଙ୍ଗଳବାର ଜଣେ ଡିଏସ୍ପିଙ୍କୁ ଗାଡି ଚଢାଉ ମାରିଦେଇଥିଲେ, ଆଉ ଆଜି ରାଞ୍ଚିରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଗାଡି ଚଢାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଚେକିଂ ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ମହିଳା ଅଧିକାରୀଙ୍କ ଉପରେ ଗାଡି ଚଢାଇ ମାରିଦେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ହିଁ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୃତ ପୋଲିସ ଅଧିକାରୀଙ୍କ ନାମ ସନ୍ଧ୍ୟା ଟୋପନେ।
ଖବର ମୁତାବକ, ମହିଳା ଅଧିକାରୀଙ୍କୁ ପିକଅପ୍ ଭ୍ୟାନ୍ରେ ଗୋରୁ ଚାଲାଣ ତସ୍କରୀ ହେବା ଖବର ମିଳିଥିଲା। ଯାହା ପରେ ସିମଡେଗାର ବସିୟା ଥାନା ପୋଲିସ ପିକ୍ଅପ୍ ଭ୍ୟାନରେ ପିଛା କରିଥିଲା। ଏହି ପିକ୍ଅପ ଭ୍ୟାନରେ ଗୋରୁଲଦା ହୋଇଥିବା ବେଳେ ଗାଡି ଚାଳକ ଗାଡି ନେଇ ଫେରାର ହେବାକୁ ଲାଗିଥିଲା। ଭୋର ୩ଟା ସମୟରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋପନେ ରାଞ୍ଚି ଜିଲ୍ଲା ତୁପୁଦାନା ଅଞ୍ଚଳରେ ଗାଡି ଚେକିଂ କରୁଥିଲେ । ଏହି ସମୟରେ ଏକ ପିକ୍ଅପ୍ ଭ୍ୟାନ୍ଟି ଦ୍ରୁତ ଗତିରେ ଆସିଥିଲା । ପିକ୍ଅପ୍ ଭ୍ୟାନ୍କୁ ରୋକିବାକୁ ଉଦ୍ୟମ କରିଥିଲେ ସନ୍ଧ୍ୟା । କିନ୍ତୁ ଡ୍ରାଇଭର ଜଣଙ୍କ ନ ରହି ମହିଳା ପୋଲିସଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଯାହାଫଳରେ ମହିଳା ପୋଲିସ ଅଧିକାରୀ ସନ୍ଧ୍ୟା ଟୋପନେଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା।
Jharkhand | Sandhya Topno, a female sub-inspector was mowed down to death during a vehicle check, last night. She was posted as in-charge of Tupudana OP. Accused has been arrested and the vehicle has been seized: SSP Ranchi pic.twitter.com/WoNhSK6QTY
— ANI (@ANI) July 20, 2022
ସେପଟେ ପୋଲିସ ଏସଂପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୃତ ପୋଲିସ ଅଧିକାରୀଙ୍କ ଶବକୁ ଜବତ କରି ମେଡିକାଲକୁ ପଠାଇଛି । ଏହାସହିତ ନିକଟରେ ଲାଗିଥିବା ସମସ୍ତ ସିସିଟିଭି ଅନୁଯାୟୀ ଯାଞ୍ଚ କରୁଛି ପୋଲିସ।
ସୂଚନାଯୋଗ୍ୟ, ଗତକାଲି ହରିୟାଣାରେ ଖଣି ମାଫିଆ ଦାଦାଗିରି କରି ଜଣେ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଥିଲେ। ହରିୟାଣାର ତଓ୍ଵାଡୁର ଡିଏସପି ସୁରେନ୍ଦ୍ର ସଂହ ବିଷ୍ଣୋଇଙ୍କୁ ରାସ୍ତ୍ରା ଉପରେ ଡମ୍ଫର ଚଢାଇ ଦେଇଥିଲେ ହତ୍ୟାକାରୀ।
Ranchi, Jharkhand | Visuals of the seized vehicle that mowed down woman Sub-Inspector Sandhya Topno during vehicle check last night pic.twitter.com/hoZRxhKglJ
— ANI (@ANI) July 20, 2022