ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ଅତ୍ୟନ୍ତ ଖୁସି ରହିବେ

ବିଦେଶରୁ ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । ଆଜି ଆପଣ ନିଜର ରକ୍ତ ସମ୍ପର୍କୀୟଙ୍କ ଉପରେ ପୂରା ଜୋର୍‌ ଦେବେ । ଆପଣଙ୍କର କେହି ପୁରୁଣା ଘନିଷ୍ଠ ବନ୍ଧୁ ଦୀର୍ଘ ଦିନ ପରେ ଆଜି ଆପଣଙ୍କୁ ଭେଟିବାକୁ ଆସିପାରନ୍ତି ।

ମେଷ: ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟକ୍ତିଗତ କଥାଗୁଡ଼ିକୁ ଘରୁ ବାହାରକୁ ନେବେ ନାହିଁ । କୌଣସି ବି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କ୍ରୋଧ କରିବାଠୁ ଦୂରେଇ ରୁହନ୍ତୁ । ଆଜି ଆପଣ ନିଜ ପରମ୍ପରା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଆପଣ ନିଜ ପରିବାର ସଦସ୍ୟଙ୍କ ସହିତ କିଛି ଖୁସିର ସମୟ ବିତାଇବେ ।

ବୃଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ପରିବାରରେ ଚାଲିଥିବା କିଛି ଲଢ଼େଇ ଝଗଡ଼ାରୁ ଆପଣଙ୍କୁ ମୁକ୍ତି ମିଳିପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ଆପଣଙ୍କର କୌଣସି ବନ୍ଧୁ ଆପଣଙ୍କ ଘରକୁ ଖାଇବାକୁ ଆସିପାରନ୍ତି, ଯଦ୍ଦ୍ଵାରା ଆପଣଙ୍କ ଖର୍ଚ୍ଚ ବଢ଼ିବ ।

ମିଥୁନ: ଆଜିର ଦିନ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଉତ୍ତମ ହେବ । କିଛି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆପଣ ଧୌର୍ଯ୍ୟ ବଜାୟ ରଖନ୍ତୁ । ଲେଣଦେଣ ଆଜି ଅତି ସାବଧାନତାର ସହିତ କରନ୍ତୁ, ନଚେତ୍ କେହି ଆପଣଙ୍କୁ ଭୁଲ ପରାମର୍ଶ ଦେଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ୟାଗୁଡ଼ିକୁ ନିଜର ହିଁ ବୁଦ୍ଧି ବଳରେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

କର୍କଟ: ଆଜି ଆପଣଙ୍କ ସାହସ ଏବଂ ପରାକ୍ରମରେ ବୃଦ୍ଧି ଘଟିବ । ଆପଣ ଧନଧାନ୍ୟରେ ଭରପୂର ରହିବେ । ଆପଣ ନିଜ ସାଙ୍ଗ ଏବଂ ସହକର୍ମୀଙ୍କୁ ପୂର୍ଣ୍ଣ ସମର୍ଥନ କରିବେ । ବରିଷ୍ଠ ସଦସ୍ୟମାନଙ୍କଠାରୁ ଆପଣଙ୍କୁ ପ୍ରେମ ଏବଂ ସ୍ନେହ ମିଳିବ । ଯଦି ଆପଣ ଏକ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ତା’ ହେଲେ ବର୍ତ୍ତମାନ କିଛି ସମୟ ଅପେକ୍ଷା କରିଯିବା ଭଲ ହେବ ।

ସିଂହ: ଆଜିର ଦିନ ସୃଜନଶୀଳ କାର୍ଯ୍ୟରେ ଜଡିତ ଲୋକଙ୍କ ପାଇଁ ଭଲ ହେବାକୁ ଯାଉଛି । ଆପଣ ଶ୍ୱଶୁର ଘର ଲୋକଙ୍କ ସହ ମିଶିବାକୁ ଯାଇ ପାରନ୍ତି । ଅନଲାଇନ୍‌ରେ କାମ କରୁଥିବା ଲୋକେ କୌଣସି ବଡ ଲାଭ ପାଇ ଖୁସି ହେବେ । ଆପଣଙ୍କୁ କୌଣସି ବିଦେଶୀ କମ୍ପାନୀରେ କାମ କରିବାକୁ ସୁଯୋଗ ମିଳିପାରେ । ଆପଣଙ୍କୁ କିଛି ଉପଲବ୍ଧି ମିଳିବା ଦ୍ୱାରା ମନ ପ୍ରସନ୍ନ ରହିବ ।

କନ୍ୟା: ଆଜିର ଦିନ ଆପଣଙ୍କ ପାଇଁ ସକାରାତ୍ମକ ପରିଣାମ ନେଇ ଆସିବ । ଆଜି ଆପଣଙ୍କର ଅଟକିଥିବା ଯୋଜନା ଗତିଶୀଳ ହେବ । ଆପଣଙ୍କୁ କୌଣସି ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ଭଲ ରହିବ । ଭାଇ, ଭଉଣୀଙ୍କଠାରୁ ଆପଣଙ୍କୁ ଧନ ସମ୍ବନ୍ଧୀୟ ମାମଲାରେ ପୂରା ସମର୍ଥନ ମିଳିବ । ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।

ତୁଳା: ଆପଣଙ୍କ ପାଇଁ ଆଜିର ଦିନ ଶକ୍ତିଶାଳୀ ରହିବ । ଆପଣଙ୍କ ସମ୍ପର୍କରେ ନୂଆ ସତେଜତା ଆସିବ । ଆପଣ ନିଜର ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ଯଦି ଆପଣଙ୍କ ମନରେ କିଛି ଚାଲିଛି, ତା’ ହେଲେ ଏହାକୁ ଆପଣଙ୍କର କୌଣସି ସାଥୀଙ୍କ ସହ ବାଣ୍ଟିବାଠାରୁ ଦୂରେଇ ରୁହନ୍ତୁ, ନଚେତ୍ ସେ ଏହାର ଫାଇଦା ଉଠାଇ ପାରନ୍ତି । ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ, କିନ୍ତୁ ଆପଣଙ୍କ ବନ୍ଧୁ ଆପଣଙ୍କୁ ଟଙ୍କା ଉଧାର ମାଗି ପାରନ୍ତି ।

ବିଛା: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରୂପେ ଫଳଦାୟୀ ରହିବ । ଆପଣଙ୍କୁ କୌଣସି ନୂତନ ବସ୍ତୁ ପ୍ରାପ୍ତ ହୋଇପାରେ । ସେୟାର ମାର୍କେଟ ସହ ଜଡିତ ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ ଏବଂ ଆପଣ ଭଲ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବେ । ଆପଣ ନିଜ ପିତାମାତାଙ୍କୁ କୌଣସି ଏକ ଧାର୍ମିକ ଯାତ୍ରାରେ ନେଇ ପାରନ୍ତି । ଆପଣଙ୍କ ଭିତରେ ଦୟା ଏବଂ ଧର୍ମର ଭାବନା ରହିବ ।

ଧନୁ: ଆଜି ଆପଣ କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରନ୍ତି । ଆଧ୍ୟାତ୍ମିକତା ପ୍ରତି ଆପଣଙ୍କ ରୁଚି ବଢ଼ିବ । ଆପଣଙ୍କୁ କଥାବାର୍ତ୍ତା ମାଧ୍ୟମରେ ଭାଇମାନଙ୍କ ସହିତ ଚାଲିଥିବା ବିବାଦର ସମାଧାନ କରିବାକୁ ପଡିବ । ଆପଣ କୌଣସି ଭବ୍ୟ ଆୟୋଜନର ଏକ ଅଂଶ ହେବେ । ଆଜି ଆପଣଙ୍କର କିଛି ପୁରୁଣା ଭୁଲ ପାଇଁ ଗାଳି ଶୁଣିବାକୁ ପଡ଼ିପାରେ ।

ମକର: ଆଜିର ଦିନ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ହେବାକୁ ଯାଉଛି । ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ସାଥୀଙ୍କ କଥାରେ ଆସି କେଉଁଠି ଭୁଲ୍‌ ନିବେଶ କରି ପାରନ୍ତି । ଆପଣଙ୍କୁ କୌଣସି ବନ୍ଧୁଙ୍କ ସ୍ୱାସ୍ଥ୍ୟ ଚିନ୍ତା ଘାରିପାରେ । ଶୀଘ୍ର ଏବଂ ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।

କୁମ୍ଭ: ଆଜି ଆପଣଙ୍କ ସ୍ଥାୟିତ୍ୱର ଭାବନାକୁ ବଳ ମିଳିବ । ଯଦି ଆପଣ ବିନା କାରଣରେ କାହାକୁ ପରାମର୍ଶ ଦେଇଛନ୍ତି, ତା’ ହେଲେ ପରେ ଆପଣଙ୍କୁ ସମସ୍ୟା ହୋଇପାରେ । ଆପଣଙ୍କ ଆୟ ବୃଦ୍ଧି ସହିତ ଆର୍ଥିକ ସ୍ଥିତି ଦୃଢ଼ ହେବ । ସହଭାଗୀତାରେ କୌଣସି କାର୍ଯ୍ୟ କରିବା ଆଜି ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଏହି କଥା କାହା ସହିତ ସେୟାର କରନ୍ତୁ ନାହିଁ ।

ମୀନ: ଆଜି ଆପଣ ବହୁତ ଖର୍ଚ୍ଚାନ୍ତ ହୋଇପାରନ୍ତି । ନିଜ ସନ୍ତାନମାନଙ୍କର କିଛି ଖର୍ଚ୍ଚ ବୃଦ୍ଧିକୁ ନେଇ ଚିନ୍ତିତ ରହିବେ । ବିଦେଶରୁ ଯେଉଁମାନେ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ କୌଣସି ଶୁଭ ସୂଚନା ଶୁଣିବାକୁ ମିଳିପାରେ । ଆଜି ଆପଣ ନିଜର ରକ୍ତ ସମ୍ପର୍କୀୟଙ୍କ ଉପରେ ପୂରା ଜୋର୍‌ ଦେବେ । ଆପଣଙ୍କର କେହି ପୁରୁଣା ଘନିଷ୍ଠ ବନ୍ଧୁ ଦୀର୍ଘ ଦିନ ପରେ ଆଜି ଆପଣଙ୍କୁ ଭେଟିବାକୁ ଆସିପାରନ୍ତି । ବ୍ୟବସାୟ କରୁଥିବା ଲୋକଙ୍କ ଦ୍ୱାରା କରାଯାଇଥିବା ପ୍ରୟାସ ଆଜି ଫଳପ୍ରଦ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.