କାଳବୈଶାଖୀ ପ୍ରଭାବରେ ହେବ ବର୍ଷା : ସାମାନ୍ୟ କମିପାରେ ତାତି, ୨୫ ତାରିଖ ପରଠାରୁ ପୁଣି ଅଗ୍ନିବର୍ଷା

ଆଜି କମିବ, ପୁଣି ବଢ଼ିବ। ଆଜି ରାଜ୍ୟରେ ସାମାନ୍ୟ କମିପାରେ ତାତି। କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଫଳରେ କିଛି ସ୍ଥାନରେ ତାତି ୨ରୁ ୩ ଡିଗ୍ରୀ କମିବ। ଅଳ୍ପ କିଛି ସ୍ଥାନରେ ତାତିରୁ ତ୍ରାହି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । କିନ୍ତୁ ସଂପୂର୍ଣ୍ଣ ଆଶ୍ଵସ୍ତି ମିଳିବନି ।

ଭୁବନେଶ୍ୱର (କେନ୍ୟୁଜ): ଆଜି କମିବ, ପୁଣି ବଢ଼ିବ। ଆଜି ରାଜ୍ୟରେ ସାମାନ୍ୟ କମିପାରେ ତାତି। କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଫଳରେ କିଛି ସ୍ଥାନରେ ତାତି ୨ରୁ ୩ ଡିଗ୍ରୀ କମିବ। ଅଳ୍ପ କିଛି ସ୍ଥାନରେ ତାତିରୁ ତ୍ରାହି ମିଳିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । କିନ୍ତୁ ସଂପୂର୍ଣ୍ଣ ଆଶ୍ଵସ୍ତି ମିଳିବନି ।

ଦିନେ ଦୁଇ ଦିନ ପରେ ପୁଣି ତାତି ବଢ଼ିବ । ୨୫ ତାରିଖ ପରଠାରୁ ସାଂଘାତିକ ଅଗ୍ନିବର୍ଷା ଆରମ୍ଭ ହୋଇଯିବ । ରେକର୍ଡ ସ୍ତରରେ ତାପମାତ୍ରା ପହଞ୍ଚିବ ବୋଲି ଆକଳନ କରିଚି ପାଣିପାଗ ବିଭାଗ । ଗତକାଲି ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା ।

ବାରିପଦା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଟପିଥିଲା । ବାରିପଦା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଟିଥିଲା । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବାହିତ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର ତେଜ ପାଇଁ ତାପମାତ୍ରା ବୃଦ୍ଧି ଘଟିଛି । ଗ୍ରୀଷ୍ମ ଲହରୀ ପ୍ରବାହ ନେଇ ଆଜି ୧୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.