Below header

ଯୁବକଙ୍କୁ ଓଜନ ହ୍ରାସ ସର୍ଜରୀ କରିବା ପଡ଼ିଲା ମହଙ୍ଗା, କିଛି କ୍ଷଣ ମଧ୍ୟରେ ଚାଲିଗଲା ଜୀବନ

ଏହି ଓଜନ ହ୍ରାସ ଚିନ୍ତା ସମସ୍ତଙ୍କୁ ଘାରୁଥିବା ବେଳେ ଏଥିପାଇଁ କିଏ ନିଜର ଖାଦ୍ୟରେ ପରିବର୍ତ୍ତନ ଆଣୁଛି ତ କିଏ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛି । ଆଉ ଡାକ୍ତରଙ୍କ ପରାମର୍ଶ ନେଇ ସର୍ଜରୀ ମଧ୍ୟ କରୁଛନ୍ତି । କିନ୍ତୁ ଏହି ସର୍ଜରୀ କରିବା ମହଙ୍ଗା ପଡ଼ୁଛି । ଲୋକଙ୍କ ଜୀବନ ଯାଉଛି । ନିକଟରେ ଏହି ଓଜନ ହ୍ରାସକୁ ନେଇ ଏଭଳି ଏକ ଘଟଣା ଘଟିଯାଇଛି ଯାହା ଆପଣ ଜାଣିଲେ ଦୁଃଖ ପ୍ରକାଶ କରିବେ। କାରଣ ଓଜନ ହ୍ରାସ କରିବା ପାଇଁ ସର୍ଜରୀ କରି ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ ।

ଓଜନ ହ୍ରାସ କରିବାକୁ ଆପଣାଉଛନ୍ତି କି କିଛି ଉପାୟ । ତେବେ ହୋଇଯାଆନ୍ତୁ ସାବଧାନ୍‌ । ଏହି ଉପାୟ ହିଁ ନେଇଯିବ ଆପଣଙ୍କ ଜୀବନ । ସମସ୍ତେ ନିଜର ମୋଟାପଣକୁ ନେଇ ଚିନ୍ତିତ ଥାଆନ୍ତି । ଏହି ଚିନ୍ତା କାରଣରୁ ବିଭିନ୍ନ ଉପାୟ ଆପଣେଇ ଥାଆନ୍ତି । ଯାହା ପରବର୍ତ୍ତି ସମୟରେ ମୃତ୍ୟୁ ଆଡ଼କୁ ଟାଣିନେଇଥାଏ । କାରଣ ଏହି ଓଜନ ହ୍ରାସକୁ ନେଇ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ମଧ୍ୟ ଓଜନ ହ୍ରାସ ପାଇଁ ଆପଣାଉଥିବା ଉପାୟ ଠାରୁ ଦୂରେଇ ରହିବେ । ବିଶେଷ ବିଭିନ୍ନ ପ୍ରକାରର ଔଷଧ ସେ ଆର୍ୟୁବେଦିକ ହେଉ ଅବା ଅନ୍ୟ କୌଣସି ଜଡ଼ିବୁଟି ଏବଂ ସର୍ଜରୀ ।

ଏହି ଓଜନ ହ୍ରାସ ଚିନ୍ତା ସମସ୍ତଙ୍କୁ ଘାରୁଥିବା ବେଳେ ଏଥିପାଇଁ କିଏ ନିଜର ଖାଦ୍ୟରେ ପରିବର୍ତ୍ତନ ଆଣୁଛି ତ କିଏ ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣୁଛି । ଆଉ ଡାକ୍ତରଙ୍କ ପରାମର୍ଶ ନେଇ ସର୍ଜରୀ ମଧ୍ୟ କରୁଛନ୍ତି । କିନ୍ତୁ ଏହି ସର୍ଜରୀ କରିବା ମହଙ୍ଗା ପଡ଼ୁଛି । ଲୋକଙ୍କ ଜୀବନ ଯାଉଛି । ନିକଟରେ ଏହି ଓଜନ ହ୍ରାସକୁ ନେଇ ଏଭଳି ଏକ ଘଟଣା ଘଟିଯାଇଛି ଯାହା ଆପଣ ଜାଣିଲେ ଦୁଃଖ ପ୍ରକାଶ କରିବେ। କାରଣ ଓଜନ ହ୍ରାସ କରିବା ପାଇଁ ସର୍ଜରୀ କରି ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ ।

ମୃତକ ଜଣକ ହେଉଛନ୍ତି ପୁଡୁଚେରୀର ହେମଚନ୍ଦ୍ରନ । ତାଙ୍କ ବୟସ ୨୬ ବର୍ଷ ହେଲେ ତାଙ୍କ ବୟସ ଅନୁସାରେ ଓଜନ ଥିଲା ୧୫୦ କିଲୋ । ସେ ଓଜନ ହ୍ରାସ ପାଇଁ ସର୍ଜରୀ କରାଇଥିଲେ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ସର୍ଜରୀ କରୁ କରୁ ତାଙ୍କର ଜୀବନ ଚାଲି ଯାଇଥିଲା । ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହି ଘଟଣା ପରେ ତାମିଲ୍‌ନାଡ଼ୁ ସରକାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ହେମଚନ୍ଦ୍ରନ ମେଟାବଲିକ୍‌ ଓ ବାରିଆଟ୍ରିକ୍‌ ସର୍ଜରୀ ପମ୍ମଲର ଏକ ହସ୍ପିଟାଲରେ ଆରମ୍ଭ ହୋଇଥିଲା । ସର୍ଜରୀ ଆରମ୍ଭ ହେବାର କିଛି ମିନିଟ୍‌ ପରେ ତାଙ୍କର ହାଟ୍‌ବିଟ୍‌ କମିବାକୁ ଲାଗିଥିଲା । ପରେ ତାଙ୍କୁ କ୍ରୋମ୍‌ପେଟ୍‌ ସ୍ଥିତ ରେଲା ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ତାଙ୍କ ମୃତ୍ୟୁର ଯାଞ୍ଚ କରାଯାଇଥିଲା । ଯେଉଁଥିରେ ଜଣାପଡ଼ିଥିଲା ମେଡିକାଲ୍‌ ଟିମ୍‌ର ଅବହେଳା ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି ।

ତେବେ ଆପଣ ମଧ୍ୟ ମୋଟାପଣକୁ ନେଇ ଚିନ୍ତିତ ରହୁଥିଲେ । ଏପରି କୌଣସି ଉପାୟ ଆପଣାନ୍ତୁନି । ଯାହା ଆପଣଙ୍କ ଜୀବନ ପ୍ରତି ବିପଦ ଆଣିବ । ବିଶେଷ କରି ମୋଟାପଣ ଦୂର କରିବା ପାଇଁ ମେଡିସିନ୍‌ କିମ୍ବା କୌଣସି ସର୍ଜରୀ ଏସବୁ ଠାରୁ ଦୂରରେ ରୁହନ୍ତୁ ନଚେତ୍‌ ଆପଣ ବି ମୃତ୍ୟୁ ମୁଖରେ ପଡ଼ିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.