Below header

ଭାବିଜୀ ଘର ପର ହୈ ଫେମ ସୌମ୍ୟା ଟଣ୍ଡନ ହସପିଟାଲରେ ଭର୍ତ୍ତି, ଚିନ୍ତାରେ ଫ୍ୟାନ୍ସ

ଅଭିନେତ୍ରୀ ସୌମ୍ୟା ଟଣ୍ଡନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ଫଟୋରେ ଦେଖିବାକୁ ମିଳିଛି କି, ସୌମ୍ୟା ହସପିଟାଲରେ ବେଡରେ ପଡିଥିବା ବେଳେ ହାତରେ ଡ୍ରିପ୍‌ ଲାଗିଛି ।

ଭାବିଜୀ ଘର ପର ହୈ’ର ଗୌରୀ ମ୍ୟାମ୍‌ ଫେମ ସୌମ୍ୟା ଟଣ୍ଡନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଇନଷ୍ଟାଗ୍ରାମରେ ଫଟୋ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି । ଫଟୋରେ ଦେଖିବାକୁ ମିଳିଛି କି, ସୌମ୍ୟା ହସପିଟାଲରେ ବେଡରେ ପଡିଥିବା ବେଳେ ହାତରେ ଡ୍ରିପ୍‌ ଲାଗିଛି । ଆଉ ଏହି ଫଟୋ ଦେଖି ଫ୍ୟାନ୍ସ ଚିନ୍ତାରେ ପଡିଛନ୍ତି ।

ଏହାଛଡା ସୌମ୍ୟା ଆଉ ୨ଟି ଫଟୋ ସେୟାର କରିଛନ୍ତି, ସେଥିରେ ହାର୍ଟବିଟ୍‌ ଏବଂ ବିପି ଚେକ୍‌ କରୁଥିବା ମେସିନ ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଅଭିନେତ୍ରୀଙ୍କ ଆଇପ୍ୟାଡରେ ଫିଲ୍ମ କି ସିରିଜ ଦେଖିବାକୁ ମିଳିଛି । ଏହି ଫଟୋ ଦେଖିବା ପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରୁଛନ୍ତି । ତାଙ୍କ ସ୍ୱାସ୍ଥ୍ୟ କ’ଣ ହେଲା ବୋଲି ଫ୍ୟାନ୍ସ ପ୍ରଶ୍ନ ପଚାରୁଛନ୍ତି । କିଛି ଫ୍ୟାନ୍ସ ତାଙ୍କ ସୁସ୍ଥତା କାମନା କରିବା ସହିତ ଚିନ୍ତା ପ୍ରକଟ କରିଛନ୍ତି ।

ସୌମ୍ୟା ଫଟୋ ସେୟାର କରି ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଠିକ୍‌ ରହିଛି । ଆଉ ଖୁବଶୀଘ୍ର ସୁସ୍ଥ ହେବି । ଫଟୋ ସବୁବେଳେ ସୁନ୍ଦର ହୋଇନଥାଏ, ଜୀବନ ସୁବବେଳେ ହସୁନଥାଏ । ସୁସ୍ଥ ହେଉଛି, ଜଲଦି ଫିଟ ହୋଇଯିବି । ଆପଣଙ୍କ ଶୁଭକାମନା ପାଇଁ ଧନ୍ୟବାଦ ।

 

View this post on Instagram

 

A post shared by Saumya Tandon (@saumyas_world_)

ସୌମ୍ୟା ଭାବିଜୀ ଘର ପର ହୈ ସିରିଅଲରେ ଅଧିକ ଦିନ ଧରି କାମ କରୁଛନ୍ତି । ଲୋକଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସୁଛି । ଏହି ଶୋ ଛଡା ସୌମ୍ୟା ‘ଏସୈ ଦେଶ ହୈ ମେରା’, କମେଡି ନାଇଟସ ଉଇଥ କପିଲରେ ଟିଭିରେ ନଜର ଆସିଛନ୍ତି । ଫିଲ୍ମ ‘ଜବ ଉଇ ମେଟ୍‌’ରେ କରୀନା କପୁରଙ୍କ ସହିତ ନଜର ଆସିଥିଲେ ସୌମ୍ୟା । ଏହାଛଡା ପଞ୍ଜାବୀ ଫିଲ୍ମ ‘େଓ୍ଵଲକମ୍‌ ଟୁ ପଞ୍ଜାବ’ରେ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.