Below header

କାର -ବାଇକ୍‌ ଭଳି ବଦଳାଇବାକୁ ପଡ଼େ କି ଟ୍ରେନ ଚକ ? ଜାଣନ୍ତୁ କେତେ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ

ଆପଣ କେବେ ଭାବିଛନ୍ତି କି ଟ୍ରେନରେ ଲାଗିଥିବା ଚକ ଗୁଡିକର ବୟସ କେତେ ? ଅର୍ଥାତ ଏହି ଚକ କେତେ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ ? ଏହି ଚକକୁ କାର କିମ୍ବା ବାଇକର ଟାୟାର ପରି ଚେଞ୍ଜ କରିବାକୁ ପଡିଥାଏ କି ? ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ ।

ଭାରତୀୟ ରେଲବାଇକୁ ଭାରତର ‘ଲାଇଫ୍ ଲାଇନ୍’ କୁହାଯାଏ ଏବଂ ପ୍ରତିଦିନ ୩ କୋଟିରୁ ଅଧିକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଆପଣ କେବେ ଭାବିଛନ୍ତି କି ଟ୍ରେନରେ ଲାଗିଥିବା ଚକ ଗୁଡିକର ବୟସ କେତେ ? ଅର୍ଥାତ ଏହି ଚକ କେତେ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ ? ଏହି ଚକକୁ କାର କିମ୍ବା ବାଇକର ଟାୟାର ପରି ଚେଞ୍ଜ କରିବାକୁ ପଡିଥାଏ କି ? ଏହି ସବୁ ପ୍ରଶ୍ନର ଉତ୍ତର ଆମେ ଆପଣଙ୍କୁ ଜଣାଇବୁ ।

ଦୁର୍ଘଟଣାରେ ଟ୍ରେନର ଚକଗୁଡିକ ଖସିଯାଏ ସତ କିନ୍ତୁ ଏହି ଚକକୁ ଆପଣମାନେ କେବେ ବି ଭାଙ୍ଗିବାର ଦେଖିନଥିବେ । ଭାରତୀୟ ରେଳ ଭିନ୍ନ ଭିନ୍ନ ଟ୍ରେନରେ ବିଭିନ୍ନ ପ୍ରକାରର ଚକ ବ୍ୟବହାର କରେ ଏବଂ ସେମାନଙ୍କର ଓଜନ ୨୩୦ କିଲୋଗ୍ରାମରୁ ୬୮୦ କିଲୋଗ୍ରାମ ମଧ୍ୟରେ ରହିଥାଏ । ମାଲଗାଡ଼ି ଟ୍ରେନର ଲାଗିଥିବା ଚକ ସାଧାରଣତଃ ବଡ଼ ଏବଂ ଏହାର ଓଜନ ୯୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଥାଏ । ବେଙ୍ଗାଲୁରୁରେ ଥିବା ରେଳ ଚକ କାରଖାନା ମୁଖ୍ୟତଃ ଭାରତୀୟ ରେଳ ପାଇଁ ଚକ ଉତ୍ପାଦନ କରିଥାଏ । ଅନ୍ୟ କାରଖାନାରେ ମଧ୍ୟ ରେଳ ଚକ ତିଆରି କରାଯାଏ । ଏହା ବ୍ୟତୀତ ଚକଗୁଡିକ ବିଦେଶରୁ ମଧ୍ୟ ଆମଦାନୀ ହୋଇଥାଏ ।

ଟ୍ରେନ୍ ଚକଗୁଡିକ ମୁଖ୍ୟତଃ ଦୁଇଟି ଜିନିଷରେ ତିଆରି ହୋଇଥାଏ । ଲୁହା ଏବଂ ଷ୍ଟିଲକୁ ନେଇ ରେଳ ଚକ ପ୍ରସ୍ତୁତ ହୁଏ । ଗୋଟିଏ ଚକର ବୟସ କିମ୍ବା ଏହା କେତେ ବର୍ଷ ରହିବ ତାହା ଦୁଇଟି ଜିନିଷ ଉପରେ ନିର୍ଭର କରେ । ପ୍ରଥମତଃ ଟ୍ରେନର ଫ୍ରିକ୍ୱେନ୍ସି କଣ ଏବଂ ଏହା ପ୍ରତିଦିନ କେତେ କିଲୋମିଟର ଚାଲିଥାଏ । ଅନ୍ୟପଟେ ଏହା କେଉଁ ପ୍ରକାର ଜଳବାୟୁ ଦେଇ ଗତି କରେ ତାହା ଉପରେ ମଧ୍ୟ ଚକର କ୍ଷମତା ନିର୍ଭର କରେ । ଏହା କେତେ ଓଜନ ବହନ କରେ ଯଥା ଏହାର କ୍ଷମତା କଣ ? ଟ୍ରେନରେ କେତେ କୋଚକୁ ଚକ ସମ୍ଭାଳୁଛି ତାକୁ ନେଇ ଚକର ବୟସ ନିର୍ଦ୍ଧାରଣ କରାଯାଏ ।

ଯଦି ଆମେ ଯାତ୍ରୀବାହୀ ଟ୍ରେନ୍ ବିଷୟରେ କହିବା ତେବେ ଏଥିରେ ଲାଗିଥିବା ଚକଗୁଡିକର ବୟସ ୩ ରୁ ୪ ବର୍ଷ ହୋଇଥାଏ ଏବଂ ଏହି ଚକ ୭୦ ହଜାରରୁ ୧ ଲକ୍ଷ ମାଇଲ୍ ପର୍ଯ୍ୟନ୍ତ ଚାଲିଥାଏ । ଅନ୍ୟପଟେ ମାଲଗାଡ଼ି ଟ୍ରେନର ଚକ ୮ ରୁ ୧୦ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହା ୨.୫ ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିଥାଏ । ଏହା ପରେ ଚକ ଗୁଡ଼ିକ ଚେଞ୍ଜ କରାଯାଏ ।

ଟ୍ରେନର ସେଫ୍ଟି ସମ୍ପୂର୍ଣ୍ଣ ଭାବେ ଚକ ଉପରେ ନିର୍ଭର କରେ, ତେଣୁ ପ୍ରତ୍ୟେକ ଚକକୁ ପ୍ରତି ୩୦ ଦିନରେ ଯାଞ୍ଚ କରାଯାଇଥାଏ ଏବଂ ଯଦି ସାମାନ୍ୟ ତ୍ରୁଟି ଦେଖାଯାଏ, ତେବେ ଏହାକୁ ବଦଳାଯାଏ । ବେଙ୍ଗାଲୁରୁର ରେଳ ଚକ କାରଖାନାର ଚକ ଉପରେ୧ ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ମଧ୍ୟ ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.