Below header

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମଣ, ଦୁଇ ଯବାନ ସହିଦ

ମଣିପୁର ବିଷ୍ଣୁପୁର ଜିଲ୍ଲାର ନାରାନସୈନା ଗ୍ରାମରେ ଏହି ଘଟଣା ଘଟିଛି । କୁକି ଉଗ୍ରବାଦୀମାନେ CRPF କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ ।

ମଣିପୁରରେ CRPF କ୍ୟାମ୍ପ ଉପରକୁ ଆକ୍ରମ । ଯେଉଁଥିରେ ଦୁଇ ଜଣ ଯବାନ ସହିଦ  ହରାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ମଣିପୁର ବିଷ୍ଣୁପୁର ଜିଲ୍ଲାର ନାରାନସୈନା ଗ୍ରାମରେ ଏହି ଘଟଣା ଘଟିଛି । କୁକି ଉଗ୍ରବାଦୀମାନେ CRPF କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ ।

ଏହି ଆକ୍ରମଣ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ମୋଇରଙ୍ଗ ପୋଲିସ ଷ୍ଟେସନ ଅନ୍ତର୍ଗତ ମେଟେଇ ପ୍ରାଧାନ୍ୟ ନାରାନସୈନା ଗ୍ରାମରେ କରାଯାଇଥିଲା । କୁକି ଉଗ୍ରବାଦୀମାନେ ପାହାଡ଼ ଉପରୁ ଲୁଚି ରହି ତୁହାକୁ ତୁହା CRPF କ୍ୟାମ୍ପ ଉପରକୁ ଗୁଳି ଚଳାଇଥିଲେ । ଏପରିକି ପରିଶେଷରେ ସେମାନେ କ୍ୟାମ୍ପ ଉପରକୁ ବୋମା ମାଡ଼ ମଧ୍ୟ କରିଥିଲେ ।

ଆକ୍ରମଣରେ ପ୍ରାଣ ହରାଇଥିବା ଯବାନମାନେ ଅଞ୍ଚଳରେ ନିୟୋଜିତ CRPF ର ୧୨୮ତମ ଇଣ୍ଡିଆନ ରିଜର୍ଭ ବାଟାଲିୟନର ସବ-ଇନ୍ସପେକ୍ଟର ଏନ୍. ସାର୍କ ଏବଂ ହେଡ୍ କନଷ୍ଟେବଳ ଅରୁପ ସାଇନି ବୋଲି ଚିହ୍ନଟ କରାଯାଇଛି । ଏହାପୂର୍ବରୁ ଏପ୍ରିଲ୍ ୨୪ରେ ୨ ନମ୍ବର ଜାତୀୟ ରାଜପଥ ଇମ୍ଫାଲରୁ ଦିମାପୁର ମଧ୍ୟରେ IED ବିସ୍ଫୋରଣ ହୋଇଥିଲା ।

ଯେଉଁଥିରେ ଏକ ବ୍ରିଜ୍ ନଷ୍ଟ ହୋଇଯାଇଥିଲା । ମଣିପୁରରେ ଗତ ବର୍ଷ ମେ ମାସରେ ଆରମ୍ଭ ହୋଇଥିବା ମେଟେଇ ଏବଂ କୁକି ଜନଜାତିଙ୍କ ମଧ୍ୟରେ ହୋଇଥିବା ଜାତିଗତ ହିଂସାରେ ଏପର୍ଯ୍ୟନ୍ତ ୨ ଶହରୁ ଅଧିକ ପ୍ରାଣ ହରାଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ବାସହୀନ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.