Below header

ବାପ୍‌ରେ କି ମାଡ…ମୁମ୍ବାଇକୁ ୧୦ ରନ୍‌ରେ ହରାଇଲା ଦିଲ୍ଲୀ କ୍ୟାପିଟାଲସ

ଦିଲ୍ଲୀ ବୋଲର ଚମତ୍କାର ବୋଲିଂ କରି ମୁମ୍ବାଇ ବ୍ୟାଟିଂ ଦୁର୍ଗକୁ ଝଟକା ଦେଇଥିଲେ

ଦିଲ୍ଲୀ : ଦିଲ୍ଲୀ କ୍ୟାପିଟାଲସ ଓପ୍ନର ଜ୍ୟାକ ଫ୍ରେଜର ମ୍ୟାକଗର୍କ ମାତ୍ର ୨୭ ବଲ୍‌୍‌ରେ କଲେ ୮୪ ରନ୍‌ । ସେଥିରେ ରହିଛି ୬ଟି ଛକା ଓ ୧୧ଟି ଚୌକା । ଅର୍ଥାତ୍‌ ଠିଆ ଠିଆ ୮୦ ରନ୍‌ ସ୍କୋର କରିଛନ୍ତି ଏହି ବ୍ୟାଟର । ତାଙ୍କର ଏହି ନିର୍ଦ୍ଧୁମ ପ୍ରହାର ଯୋଗୁଁ ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ଆଜିର ଆଇପିଏଲ୍‌ ମ୍ୟାଚରେ ୪ ଓ୍ଵିକେଟ୍‌ ୨୫୭ ରନ୍‌ କରିଥିଲା । ପରେ ମୁମ୍ବାଇ ଇଣ୍ଡିଆନ୍‌ସ ଭଲ ଲଢ଼େଇ କରିଥିଲେ ବି ୯ ଓ୍ଵିକେଟ୍‌ ହରାଇ ୨୦ ଓଭରରେ ୨୪୭ ରନ୍‌ ଯାଏ ପହଞ୍ଚି ପାରିଥିଲା ।

ଦିଲ୍ଲୀ ପକ୍ଷରୁ ଫ୍ରେଜରଙ୍କ ବ୍ୟତୀତ ଅଭିଷେକ ପରେଲ ୩୬, ସାଇ ହୋପ୍‌ ୧୭ ବଲରୁ ୪୧ (୬ଟି ଛକା), ଅଧିନାୟକ ୠଷଭ ପନ୍ତ ୨୯, ଟ୍ରିଷ୍ଟାନ୍‌ ଷ୍ଟବ୍‌ସ ୨୫ ବଲରେ ଅପରାଜିତ ୪୮ ରନ୍‌ କରିଥିଲେ ।
ଜବାବରେ ମୁମ୍ବାଇ ୨୪୭ ରନ୍‌ ହିଁ କରି ପାରିଥିଲା । ରୋହିତ ଶର୍ମା ମାତ୍ର ୮ ରନ୍‌, ଇଶାନ୍‌ କିଶାନ୍‌ ୨୦, ସୂର୍ଯ୍ୟ କୁମାର ଯାଦବ ୨୬ ରନ୍‌ କରିଥିଲେ । ତେବେ ମଧ୍ୟଭାଗରେ ତିଳକ ବର୍ମା ୩୨ ବଲରୁ ୬୩ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ବଲରେ ୪୬ ରନ୍‌ କରି ଆଶା ଉଜ୍ଜୀବିତ କରିଥିଲେ । ହେଲେ ସେତେବେଳକୁ ବିମଳମ୍ବ ହୋଇ ସାରିଥିଲା ।

ଦିଲ୍ଲୀ ବୋଲର ଚମତ୍କାର ବୋଲିଂ କରି ମୁମ୍ବାଇ ବ୍ୟାଟିଂ ଦୁର୍ଗକୁ ଝଟକା ଦେଇଥିଲେ । ମୁକେଶ କୁମାର ଏବଂ ରସିକ ଦର ସଲାମ ୩ଟି ଲେଖାଏଁ, ଖଲିଲ ଅହମଦ ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.